କରୋନା ମୁକାବିଲା ପାଇଁ ଅକ୍ଷୟ କୁମାର ପିଏମ ରିଲିଫ ଫଣ୍ଡକୁ ଦେଲେ 25 କରୋଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: କରୋନାକୁ ନେଇ ପୁରା ଦୁନିଆଁରେ ହାହାକାର ମଚୀ ଯାଉଛି । ଦେଶ ଏବେ ବଡ଼ ସଙ୍କଟର ଘଡ଼ିରେ ଅଛି । 21 ଦିନର ଲକଡାଉନ ଲଗାଯାଇଅଛି । ଏଥିପାଇଁ କେତେ ଲୋକ ଅସୁବିଧାରେ ମଧ୍ୟ ଅଛନ୍ତି । କେତେ ଦିନ ମଜୁରିଆ ମାନଙ୍କର ରୋଜି ରୋଟୀ ହଜିଯାଇଛି । ଏହି ସମୟରେ ବଲିଓଡ଼ ସିତାରେମାନେ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଏହି କ୍ରମରେ ଆକ୍ଟର ଅକ୍ଷୟ କୁମାର ଆଗକୁ ମଧ୍ୟ ଆସିଛନ୍ତି ।

ଅକ୍ଷୟ କୁମାର ବଡ଼ ଏଲାନ କରି 25 କରୋଡ ଟଙ୍କା ଦେବା ପାଇଁ କହିଛନ୍ତି । ସେ ଟ୍ୱିଟ କରିଛନ୍ତି- ଏହି ସମୟରେ ଲୋକଙ୍କ ଜୀବନ ଆମର ପ୍ରାଥମିକତା ଅଟେ । ଆମକୁ ଏହି ସବୁ କାମ କରିବା ଉଚିତ ଯାହା ଆମେ କରିବା କଥା । ମୁଁ 25 କରୋଡ ଟଙ୍କା PM-CARES Fundକୁ ଦାନ ଦେବାର ଘୋଷଣା କରୁଛି । ଜୀବନ ଅଛି ତ ସବୁ ଅଛି ।

କୋଭିଡ -19 ଭଳି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି PM-CARES Fund ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଛନ୍ତି । ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ସ୍ଥାପନ କରିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରଥମେ ସହାୟତା ରାଶି ପ୍ରଦାନ କରିଥିବା ଜଣା ପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଅଭିଯାନରେ ସାହାଯ୍ୟ କରିବାକୁ ଯାଇ ଅକ୍ଷୟ କୁମାର PM-CARES Fundକୁ 25କୋଟି ଟଙ୍କା ଦାନ କରିଛନ୍ତି । ଅକ୍ଷୟଙ୍କଠାରୁ ସାହାଯ୍ୟ ପାଇବା ପରେ ତାଙ୍କୁ ଟୁଇଟ କରି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟରେ ଅକ୍ଷୟ କୁମାରଙ୍କୁ ଟ୍ୟାଗ କରି ମୋଦୀଜୀ ଲେଖିଛନ୍ତି, ଉତ୍ତମ କାର୍ଯ୍ୟ…….ସୁସ୍ଥ ଭାରତ ପାଇଁ ଦାନ କରିବା ଜାରି ରଖନ୍ତୁ ।

PM-CARES Fundକୁ ଲଞ୍ଚ କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଥିଲେ ଯେ, ‘ବିଭିନ୍ନ ବର୍ଗର ଲୋକ କୋଭିଡ -19 ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧ ଲାଗି ଆର୍ଥକ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଲୋକମାନଙ୍କ ସେହି ଇଚ୍ଛାକୁ ସମ୍ମାନ ଜଣାଇ PM-CARES Fund ଗଠନ କରାଯାଇଛି । ଏକ ସୁସ୍ଥ ଭାରତ ଗଠନ କରିବା ଦିଗରେ ଏହା ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ ।


ସେୟାର କରନ୍ତୁ