Coronavirus : ଭାରତରେ ବଢ଼ୁ ଅଛି ସଂକ୍ରମିତ ରୋଗୀଙ୍କ ସଂଖ୍ୟା, 900ରୁ ଅଧିକ ମାମଲା, 19 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ଜୀବନ ନେଉଥିବା କୋରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଲଗାତାର ବଢିବାର ଦେଖିବାକୁ ମିଳୁଅଛି । ଏପର୍ଯ୍ୟନ୍ତ ମୋଟ 900ରୁ ଅଧିକ ଲୋକ ଏହାର ସଂକ୍ରମଣରେ ଅସିଜାଇଛନ୍ତି । 19 ଲୋକଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଛି । ତେବେ ଏହା କବଳରୁ ପାଖାପୂଖି 80 ବ୍ୟକ୍ତି ମଧ୍ୟ ଠିକ ହୋଇ ସାରିଛନ୍ତି । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ସବୁଠାରୁ ବେଶୀ କେରଳରେ । ସେଇଠି ମହାରାଷ୍ଟ୍ର ଦ୍ୱିତୀୟ ନମ୍ବରରେ ଅଛି । ଭାରତରେ କୋରୋନା ଭାଇରସ ଏବେ ଦ୍ୱିତୀୟ ଷ୍ଟେଜରେ ରହିଅଛି ।

କେଉଁ ରାଜ୍ୟରେ ହେଇଛି କେତେ ମୃତ୍ୟୁ ?
ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଚାରି, ଗୁଜରାଟ ଏବଂ କର୍ଣ୍ଣାଟକରେ ତିନ, ମଧ୍ୟପ୍ରଦେଶରେ ଦୁଇ ଏବଂ ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ଏକ-ଏକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଅଛି ।

ତେବେ ଏହି ବିମାରୀରେ ଠିକ ହୋଇଥିବା ଲୋକଙ୍କ କଥା କହିବାତ ମହାରାଷ୍ଟ୍ରରେ 19, କେରଳ, ୟୁପି ଏବଂ ହରିୟାଣାରେ 11-11,କର୍ଣ୍ଣାଟକରେ ପାଞ୍ଚ, ରାଜସ୍ଥାନରେ ତିନ, ଦିଲ୍ଲୀରେ ଛଅ, ତାମିଲନାଡୁରେ ଦୁଇ,କର୍ଣ୍ଣାଟକରେ ପାଞ୍ଚ, ଲଦାଖରେ ତିନ, ପଞ୍ଜାବ,ତେଲେଙ୍ଗାନା,ଜମ୍ମୁ-କାଶ୍ମୀର,ଆନ୍ଧ୍ରପ୍ରଦେଶରେ ଏକ-ଏକ ବ୍ୟକ୍ତି ଠିକ ହୋଇଛନ୍ତି ।


ସେୟାର କରନ୍ତୁ