ବରୁଣ ଗାନ୍ଧୀ କାହିଁକି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ନେଇ କଲେ ଏହି ଟ୍ୱିଟ, ଆସନ୍ତୁ ଜାଣିବା

ଦେଶବିଦେଶ ରାଜନୀତି
ସେୟାର କରନ୍ତୁ

ନୂଆଦିଲ୍ଲୀ : ବେରୋଜଗାରୀ ଏବଂ ଯୁବକମାନଙ୍କ ସମ୍ପର୍କିତ ପ୍ରସଙ୍ଗକୁ ଉଲ୍ଲେଖ କରି ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ସରକାରକୁ ଟାର୍ଗେଟ କରୁଛନ୍ତି । ଅନ୍ୟପକ୍ଷରେ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏକ ବୈଠକରେ ଖାଲିଥିବା ସରକାରୀ ପଦବୀ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଯାହାକି ବରୁଣ ଗାନ୍ଧୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ଏଥିସହିତ ବର୍ତ୍ତମାନ ବରୁଣ ଗାନ୍ଧୀ ଏହି ଭିଡିଓ ସେୟାର କରି ଓୱେସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବାସ୍ତବରେ, ଓୱେସୀ କହିଛନ୍ତି ଯେ ଦେଶରେ ବେକାରୀ ଏକ ରେକର୍ଡ ସ୍ତରରେ ରହିଛି ଏବଂ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ 60 ଲକ୍ଷ ପଦବୀ ଖାଲି ପଡିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଯେଉଁ ଚିତ୍ର କହୁଛି ତାହା ମୋର ନୁହେଁ ବରଂ ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜେ ଏହି କଥା କହିଛନ୍ତି ।

ବରୁଣ ଗାନ୍ଧି ଓୱେସୀଙ୍କ ଭାଷଣପ ଭିଡିଓ କ୍ଲିପ୍ ସହ ହିନ୍ଦୀରେ ଟ୍ୱିଟ୍‌ କରିଛନ୍ତି । ଯେଉଁଥିରେ ମୁଁ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି । ଓୱେସୀ ତାଙ୍କ ଭାଷଣରେ ଯୁବ ପିଢୀଙ୍କ ଲାଗି ପର୍ଯ୍ୟାପ୍ତ ରୋଜଗାରର ସୁଯୋଗ ସୃଷ୍ଚି କରିପାରୁନଥିବାରୁ ସରକାରଙ୍କୁ ଭାଷଣରେ ଟାର୍ଗେଟ୍ କରିଥିଲେ । ସେ ଚାକିରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ମୋଦି ସରକାର ସାମ୍ପ୍ରଦାୟୀକ ପ୍ରସଙ୍ଗକୁ ଉସକାଉଥିବା ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ବରୁଣ ଗାନ୍ଧୀ ସରକାରଙ୍କର ବିଭିର୍ନ ବିଭାଗର କଥା କହି ସଂଖ୍ୟାକୁ ସେୟାର କରିଥିଲେ । ସେ କହିଥିଲେ, ‘ଯେତେବେଳେ ବେକାରି 3 ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ଅଛି, ସେତେବେଳେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ଓ ହତାଶ ହୋଇଥିବାବେଳେ ‘ସରକାରୀ ସଂଖ୍ୟା’କୁ ମାନିବା ତ ଦେଶରେ 60 ଲକ୍ଷ ‘ସ୍ୱୀକୃତ ପଦବୀ’ ଖାଲି ଅଛି । କୁଆଡେ ଗଲା ଏହି ବଜେଟ, ଯାହା ପଦ ପାଇଁ ଆବଣ୍ଟିତ ଥିଲା ? ଏହା ଜାଣିବା ପ୍ରତେକ ନୌଜବାନଙ୍କର ହକ ଅଟେ ।’


ସେୟାର କରନ୍ତୁ