କରୋନା ମୁକାବିଲା ପାଇଁ 48 ଘଣ୍ଟା ଭୁବନେଶ୍ୱର, ଭଦ୍ରକ ସମ୍ପୂର୍ଣ ସଟ ଡାଉନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି ଯଦ୍ୱାରା ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି । ଆଜି ରାତି 8ଟାରୁ ରବିବାର ରାତି 8ଟା ପର୍ଯ୍ୟନ୍ତ ଏକ 48 ଘଣ୍ଟିଆ ନିର୍ଦ୍ଦେଶ ଲାଗୁ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଓଡ଼ିଶାର ଏହି ଦୁଇ ସହରରୁ 5ଟି କରୋନା ପଜିଟିଭ୍ ମିଳିଥିବାରୁ ଏହି ଦୁଇ ସହର 48 ଘଣ୍ଟା ଶଟ୍ ଡାଉନ୍ ହେବ । ଏହି 5ଟି କେସ୍‌ ମଧ୍ୟରୁ 4ଟି ଭୁବନେଶ୍ୱରରେ ମିଳିଥିବା ବେଳେ ଗୋଟିଏ ଭଦ୍ରକର । ସେହିପରି ପଞ୍ଚମ କରୋନା ଆକ୍ରାନ୍ତ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ସଂପୃକ୍ତ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରି ନାହାନ୍ତି କିମ୍ବା କୌଣସି ରାଜ୍ୟକୁ ଯାଇ ନଥିବାରୁ ଚିନ୍ତା ବଢ଼ାଇଛି । ତେଣୁ ଏହାର ସଂପୂର୍ଣ୍ଣ ଛାନ୍‌ଭିନ୍ କରିବାକୁ 48 ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି ।

ଏହି ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ ଓ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ମିଳିବ । ଶଟ୍ ଡାଉନ୍‌ ବେଳେ ଯେଉଁ ବ୍ୟକ୍ତି ଘର ବାହାରକୁ ବାହାରି ବୁଲିବ ପୁଲିସ୍ ଉଠାଇ ନେବ । ସେମାନଙ୍କୁ ଉଠାଇ ନେଇ 14 ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ଏଥି ସହିତ ମାମଲା ରୁଜୁ କରି ଜୋରିମନା ମଧ୍ୟ ଆଦାୟ କରାଯିବ । ଅତି ଜରୁରୀ ନଥିଲେ ମେଡିକାଲ ଯିବାକୁ ମନା ହୋଇଛି ।


ସେୟାର କରନ୍ତୁ