ରାଜସ୍ଥାନରୁ ଆସିଲା ଭଲ ଫଟୋ: ଘର ଭିତରେ ରହିବା ପାଇଁ ଉପଦେଶ ଦେଉଥିବା ପୋଲିସଙ୍କ ଉପରେ ଫୁଲ ବର୍ଷା କଲେ ଲୋକେ,କହିଲେ- ଆପଣ ଆମର ରକ୍ଷକ

ଦେଶବିଦେଶ
ସେୟାର କରନ୍ତୁ

ହନୁମାନ ଗଡ଼: ରାଜସ୍ଥାନର ହନୁମାନ ଗଡ଼ରୁ ଏକ ଭଲ ଫଟୋ ଆସିଅଛି । ଏଠାରେ ଲକଡାଉନ ସମୟରେ ରବିବାର ପୋଲିସ କିଛି ଜାଗାରେ ଯାଇକରି କିଛି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ କହୁଥିଲେ । ଏହି ସମୟରେ ଲୋକେ ଘରର ବାଲକୋନୀ ଛାତରୁ ଫୁଲ ବର୍ଷା କରିଥିଲେ ।

ହନୁମାନ ଗଡ଼ର ଜିଏସ ନଗରରେ ପୋଲିସ ଲୋକଙ୍କୁ ଅପିଲ କରିଥିଲେ କି ଲକଡାଉନରେ ଛାତ ଉପରେ ଦୂରତା ବଜାୟ ରଖ । ଜଣେ ଅନ୍ୟ ଜଣଙ୍କ ଛାତକୁ ନଯାନ୍ତୁ । ନା କାହାରିକୁ ଆସିବାକୁ ଦିଅନ୍ତୁ । ପୋଲିସ କହିଥିଲେ କି ଶକ୍ତିରେ ଲକଡାଉନକୁ ପାଳନ କରିବା,ତେବେ ଯାଇକି ଆମେ କରୋନାକୁ ହରାଇ ପରିବା । ଲୋକମାନେ ପୋଲିସକୁ ସହଯୋଗର ବାର୍ତ୍ତା ଦେଲେ, ସମ୍ମାନ ସହକାରେ ତାଙ୍କ ଉପରେ ପୁଷ୍ପ ବର୍ଷା କଲେ । ଏଠାରେ ରହୁଥିବା ଲୋକେ କହିଥିଲେ କି କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ପୋଲିସ ଲଗାତାର ଡିଉଟି କରୁଅଛି । ଆମେ ଆମର ଯୁଦ୍ଧା ମାନଙ୍କୁ ସ୍ୱାଗତ କରୁଅଛୁ ।

ପୋଲିସ ମଧ୍ୟ ଦେଲେ ଗୁଲାବ
ଏହି ସମୟରେ ପୋଲିସ ମଧ୍ୟ ଲୋକଙ୍କୁ ଗୁଲାବ ଦେଇଥିଲେ । ରାଜସ୍ଥାନରେ 17 ଜିଲ୍ଲାରେ ସଂକ୍ରମଣ ଦାଇରା ପଂହଞ୍ଚିଅଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 210 ପର୍ଯ୍ୟନ୍ତ ପଂହଁଚି ଗଲାଣି । ତେବେ କଥା ହେଉଛି କି ହନୁମାନ ଗଡ଼ରେ ସଂକ୍ରମଣର ଗୋଟିଏ ମଧ୍ୟ ମାମଲା ଆସିନାହିଁ ।


ସେୟାର କରନ୍ତୁ