ହାତରେ ନିଆଁ ନେଇ ନୋରା ଫତେହି କଲେ ଖାତରନାକ ଡ଼୍ୟାନ୍ସ ,ଦେଖନ୍ତୁ ଭାଇରଲ ହେଉଛି ଭିଡ଼ିଓ

ସିନେମା
ସେୟାର କରନ୍ତୁ

ଏକ୍ଟ୍ରସ ଏବଂ ମଡ଼େଲ ନୋରା ଫତେହି ନିଜର ବେହତରିନ ଡ଼୍ୟାନ୍ସ ପାଇଁ ଜଣାଯାଆନ୍ତି । ତାଙ୍କର ଡ଼୍ୟାନ୍ସ ଭିଡ଼ିଓ ସବୁବେଳେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ । ନୋରା ଫତେହିଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଅଛି । ଯେଉଁଥିରେ ସେ ଅଲଗା ଅନ୍ଦାଜରେ ଦେଖାଯାଉଛନ୍ତି । ତାଙ୍କର ଏହି ଡ଼୍ୟାନ୍ସ ଭିଡ଼ିଓ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଅଛି । ଏହି ଭିଡିଓରେ ସେ ‘ଓ ସାକି-ସାକି’ ଗୀତାରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି । ନୋରା ଭିଡିଓରେ ଦୁଇ ହାତରେ ନିଆଁ ଲାଗୁଥିବା ତାର ଧରିକରି ବହୁତ ଭଲ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ନୋରା ଫତେହିଙ୍କର ଏହି ଡ୍ୟାନ୍ସ ଭିଡିଓ ତେଜିରେ ଭାଇରଲ ହେଉଅଛି ।

ଏହି ଡ୍ୟାନ୍ସ ଭିଡିଓକୁ ନୋରା ଫତେହି ନୁହେଁ ବଲ୍କି ତାଙ୍କର ଫ୍ୟାନ ପେଜର ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ନୋରା ଫତେହିଙ୍କ ଫ୍ୟାନ ପେଜ ଦ୍ୱାରା ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖାଯାଇଛି କି,’ଏହା ବାସ୍ତବରେ ପ୍ରତିଭାଶାଳୀ ଅଟେ ଏଥିରେ କିଛି ସନ୍ଦେହ ନାହିଁ, ଦେଖନ୍ତୁ କେମିତି ନିଆଁ ସାଥିରେ ଖେଳୁଛନ୍ତି’ । ନୋରା ଫତେହିଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ତାଙ୍କର ଏହି ଡ୍ୟାନ୍ସକୁ ଜମକର ତାରିଫ ହେଉଛି ।

ନୋରା ଫତେହି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ସେ ନିଜେ ନିଜର ଲାଟେଷ୍ଟ ଫଟୋ ଏବଂ ଡ୍ୟାନ୍ସ ଭିଡିଓ ଫ୍ୟାନ୍ସଙ୍କ ସାଥିରେ ସେୟାର କରିଥାନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ଫଲୋୟର ସଂଖ୍ୟା 12 ମିଲିୟନରୁ ବେଶୀ ଅଟେ । ତାଙ୍କର ଫ୍ୟାନ୍ସ ତାଙ୍କ ଲାଟେଷ୍ଟ ଫଟୋ ଏବଂ ଡ୍ୟାନ୍ସ ଭିଡିଓ ଆସିବାକୁ ସବୁବେଳେ ଚାହିଁରହିଥାନ୍ତି । ନୋରା ରିୟାଲିଟି ସୋ ବିଗବସରେ ମଧ୍ୟ ନଜର ଆସିଛନ୍ତି । ଏହା ସାଥିରେ ସେ ଟେଲିଭିଜନ ଡ୍ୟାନ୍ସ ସୋ ‘ଝଲକ ଦିଖିଲା ଜା’ରେ ମଧ୍ୟ ଭାଗ ନେଇସାରିଛନ୍ତି । ନୋରା ଫତେହି ହିନ୍ଦୀ ଫିଲ୍ମ ବ୍ୟତୀତ ତେଲୁଗ ଏବଂ ମଲୟାଲମ ଫିଲ୍ମରେ ମଧ୍ୟ ନଜର ଆସି ସାରିଛନ୍ତି ।


ସେୟାର କରନ୍ତୁ