ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 40ରେ ପହଞ୍ଚିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବର୍ତମାନ ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାର ଜଣେ 32 ବର୍ଷୀୟ ବ୍ୟକ୍ତି ଗତ ମାସ 24 ତାରିଖରେ ଦୁବାଇରୁ ଫେରିଥିଲେ । ତାଙ୍କ ଠାରେ କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସେ ହୋମକ୍ଵାରେଣ୍ଟାଇନରେ ଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନା ସଂକ୍ରମିତ ସଂଖ୍ୟା 40ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 2 ଜଣ ଠିକ ହୋଇ ଘରକୁ ଫେରିଛନ୍ତି ।

ଗତକାଲି ରାଜ୍ୟରେ 18ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏହା ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ରାଜ୍ୟରେ ଏକ ରେକର୍ଡ ଥିଲା । ପୂର୍ବରୁ ଗତ 3 ତାରିଖରେ 15 ଟି ମାମଲା ଦେଖାଯାଇଥିଲା । ଆଜି ସୁଦ୍ଧା 1888 ନମୂନା ପରୀକ୍ଷଣ ପାଇଁ ଦିଆଯାଇଥିବା ବେଳେ 39 ଜଣଙ୍କ ପଜିଟିଭ୍ ଥିବା ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଥିଲେ। ଏବେ ଏହା 40ରେ ପହଞ୍ଚିଛି । ରାଜ୍ୟରେ ଥିବା 40ଟି ମାମଲା ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରରେ ଚିହ୍ନଟ ହୋଇଅଛି । ତେବେ ଏହା ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।


ସେୟାର କରନ୍ତୁ