ରାଜ୍ୟରେ ଚିହ୍ନଟ ହେଲେ 2 ହଜାର 215 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଦିଓ କମରେ ରହିଅଛି, ଏହା ଏବେ ମଧ୍ୟ ସଂକଟରେ ଥିଲା ଭଳି ଲାଗୁଅଛି । କାରଣ ଏହା ଅନେକ ଦିନ ହେବ କେବେ ଦୁଇ ହଜାର ତଳକୁ ରହୁଅଛି ତ ଆଉ କେବେ ଦୁଇ ହଜାର ଉପରେ ରହୁଅଛି । ରାଜ୍ୟରେ 24 ଘଣ୍ଟାରେ 2 ହଜାର 215 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 954326କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 2215 ଜଣଙ୍କ ମଧ୍ୟରୁ 1272 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 943 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 954326 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 21289ଟି ଆକ୍ଟିଭ କେସ୍ ରହିଅଛି ଏବଂ 927926 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ