ରାଜ୍ୟରେ ଆଉ 2 Covid 19 ପଜିଟିଭ ଚିହ୍ନଟ, ସଂଖ୍ୟା ଛୁଇଁଲା 44

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଉ 2 Covid 19 ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ଜଣକ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଢ଼େଙ୍କାନାଳ ଟାଉନର ମହିଳା ବ୍ୟକ୍ତିଙ୍କ ବୟସ 51 । ଏଥିସହ ପଶ୍ଚିମବଙ୍ଗର ମେଦିନ ପୁରରୁ ଆସି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୁରୁଷ ବ୍ୟକ୍ତିଙ୍କ ବୟସ 69 । ଏହା ଫଳରେ ଏହି ଦୁଇ ଜଣକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 44ରେ ପହଞ୍ଚିଛି ।

ପଶ୍ଚିମବଙ୍ଗରୁ ଆସିଥିବା ଆକ୍ରାନ୍ତ ସିଧା ଅଆମ୍ବୁଲାନ୍ସରେ ଭୁବନେଶ୍ବର ଆସିଥିଲେ । ତେଣୁ ଏ ବାବଦରେ ଅଧିକ ତଥ୍ୟ କିଛି ମିଳିନାହିଁ ଯାହାକୁ ସରକାରଙ୍କ ତରଫରୁ ଆଗକୁ ଦିଆଯିବ । ତେବେ ଇତି ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ 72 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଯୁବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ