ଲକଡାଉନ ବଢାଇବା ସପକ୍ଷରେ ଓଡ଼ିଶା, ଏପ୍ରିଲ 30 ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସୁପାରିସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବର୍ତମାନ କରୋନା ଭାଇରସ ବଢୁଥିବା ପ୍ରକୋପକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଲକଡାଉନକୁ ବଢାଇବା ସପକ୍ଷରେ ଅଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟରେ ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି ।

ଦେଶରେ ଏପ୍ରିଲ୍ 30 ପର୍ଯ୍ୟନ୍ତ ଲକଡାଉନ ଜାରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହ 30 ପର୍ଯ୍ୟନ୍ତ ବିମାନ ଓ ଟ୍ରେନ୍ ଚଳାଚଳ ନ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ । ପୁରା ରାଜ୍ୟରେ ଜୁନ 17 ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କ୍ୟାବିନେଟ୍ ନିଷ୍ପତ୍ତି କରିଛି । ତେବେ କରୋନା ସ୍ଥିତି ନେଇ ରାଜ୍ୟରେ ଲକଡାଉନର ଅବଧିକୁ ଆଉ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଚିଠି ଲେଖିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ବସିଥିବା କ୍ୟାବିନେଟ୍‌ ବୈଠକରେ 9ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏଥିରେ କରୋନା ମୁକାବିଲା ପାଇଁ ଭବିଷ୍ୟତର ରଣନୀତିକୁ ନେଇ ପ୍ରସ୍ତାବ, ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ, କୋଭିଡ-19 ନିୟମାବଳୀ 2020ରେ ସଂଶୋଧନ ପାଇଁ ପ୍ରସ୍ତାବ, 1 ଲକ୍ଷ ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟବିଭାଗର ପ୍ରସ୍ତାବକୁ ମଞ୍ଜୁରୀ, ମହାମାରୀ ଆଇନରେ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ପାରିତ କରାଯାଇଛି ।


ସେୟାର କରନ୍ତୁ