ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ସ୍କୁଲ ଫି’ କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବର୍ତମାନ କରୋନା ପାଇଁ ସାରା ଦୁନିଆ ହାହାକାରରେ ବଞ୍ଚୁଅଛି । ଦେଶ ତଥା ରାଜ୍ୟରେ ମଧ୍ୟ ଏଥିପାଇଁ ଲକଡାଉନ ଚାଲିଅଛି । ଏହି ଲକଡାଉନ କାରଣରୁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ଏଭଳି ସମୟରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀମାନଙ୍କର ଏପ୍ରିଲ ରୁ ଜୁନ ମାସ ଯାଏଁ ସ୍କୁଲ ଫି’ କମାଇବାକୁ କିମ୍ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଲକଡାଉନ ପାଇଁ ଆର୍ଥିକ ସ୍ଥିତି ଠିକ ନଥିବାରୁ ଏହି ପରାମର୍ଶ ଜାରି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ଏଥିରେ କୁହାଯାଇଛି ଯେ, ଲକଡାଉନ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ରହିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ତିନି ମାସର ସ୍କୁଲ ଫି’ କମାଇ ଦିଅନ୍ତୁ ନ ହେଲେ ଏହାକୁ ଘୁଞ୍ଚାଇ ଦିଅନ୍ତୁ । ସ୍କୁଲ ଫି’ ହ୍ରାସ କରିଲେ ଅଭିଭାବକଙ୍କ ଉପରେ ବୋଝ ପଡ଼ିବନାହିଁ ।

ଏହାସହ ଲକ୍‌ଡାଉନ୍ ଯୋଗୁ ଯେଉଁ ଅଭିଭାବକଙ୍କ ‌ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କୁ ଏହା ଦ୍ୱାରା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦର୍ଶାଯାଇଛି।


ସେୟାର କରନ୍ତୁ