ଦେଶରେ 7529 ପହଞ୍ଚିଲା ସଂକ୍ରମିତ ରୋଗୀଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ 242 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ଜୀବନ ନେଉଥିବା କରୋନା ଭାଇରସକୁ ଖତମ କରିବାପାଇଁ ଲାଗୁ ହୋଇଥିବା ଲକଡାଉନକୁ ଆଜି 18ଦିନ ହୋଇଅଛି,କିନ୍ତୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ବଢିବାରେ ଲାଗୁଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ ଦେଶରେ ଏପର୍ଯ୍ୟନ୍ତ 7529 ଲୋକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଏବଂ ଏଥି ମଧ୍ୟରୁ 242 ଲୋକଙ୍କ ମୃତ୍ୟୁ ହୋଇଛନ୍ତି । 642 ଠିକ ହୋଇଛନ୍ତି । ସଂକ୍ରମଣରେ ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସିଅଛି । ମହାରାଷ୍ଟ୍ରରେ ସଂକ୍ରମିତରେ ରୋଗୀଙ୍କ ସଂଖ୍ୟା 1800 ପାର ହୋଇଗଲାଣି । ରାଜ୍ୟରେ ସବୁଠାରୁ ଅଧିକ 110 ଲୋକଙ୍କର ମୃତ୍ୟୁ ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି କି COVID-19ରୁ ବଞ୍ଚିବା ପାଇଁ ଭାରତ ତେଜିରେ ତୟାର କରିଅଛି । ଦେଶରେ 586 COVID-19 ସମର୍ପିତ ହସ୍ପିଟାଲ ଏବଂ 1 ଲକ୍ଷରୁ ଅଧିକ ଆଇସୋଲେସନ ବେଡ଼ ଏବଂ 11,500 ICU ବେଡ଼ ଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲେ କି ଅଗର ଲକଡାଉନ ଲାଗୁ କରାଯାଇ ନଥାନ୍ତା ତେବେ COVID-19 ମାମଲା 41 ଫିସିଦି ବଢ଼ିଯାଇଥାନ୍ତା, ଫଳ ସ୍ୱରୂପ 15 ଏପ୍ରିଲ ପର୍ଯ୍ୟନ୍ତ 8.2 ଲକ୍ଷ ମାମଲା ସାମ୍ନାକୁ ଅସିଥାନ୍ତା । ଦେଶରେ ପୂର୍ବ 24 ଘଣ୍ଟାରେ COVID-19 ମାମଲାରେ 1035 ବୃଦ୍ଧି ହୋଇଛି ଏବଂ 40 ରୋଗୀଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ ମହାରାଷ୍ଟ୍ରରେ 110, ଗୁଜରାଟରେ 19,ମଧ୍ୟପ୍ରଦେଶରେ 33,ପଞ୍ଜାବରେ11,ଦିଲ୍ଲୀରେ14,ତାମିଲନାଡୁରେ8,ତେଲେଙ୍ଗାନା9,ଆନ୍ଧ୍ରପ୍ରଦେଶରେ 6, କର୍ଣ୍ଣାଟକରେ 6,ପଶ୍ଚିମବଙ୍ଗରେ 5,ଜମ୍ମୁ-କାଶ୍ମୀରରେ4,ଉତ୍ତରପ୍ରଦେଶରେ4,ହରିୟାଣାରେ 3,ରାଜସ୍ଥାନରେ 3,କେରଳ 2, ବିହାର ,ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଓଡ଼ିଶାରେ ଏକ-ଏକ ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ