ରାଜ୍ୟରେ ପୁଣି 3 କରୋନା ଆକ୍ରାନ୍ତ ଚି଼ହ୍ନଟ, ବଢ଼ିକରି ସଂଖ୍ୟା ହେଲା 82

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଶାରେ ଆଉ 3 କରାେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଓଡିଶାରେ ଗତକାଲି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 79 ରହିଥିଲା କିନ୍ତୁ ଆଜି ଏହି 3 କରୋନା ଆକ୍ରାନ୍ତ ମିଶିବା ଫଳରେ ଏହା 82କୁ ବୃଦ୍ଧି ପାଇଛି । ଆଜିର ଏହି 3 କରାେନା ପଜିଟିଭ ଭଦ୍ରକ ଜିଲ୍ଲାର । ଏମାନଙ୍କର ବୟସ ଯଥାକ୍ରମେ- 40 ବର୍ଷ, 55 ବର୍ଷ ଓ 35 ବର୍ଷ । ଏମାନେ ସମସ୍ତେ ୱେଷ୍ଟ ବେଙ୍ଗାଳରୁ ଫେରିଛନ୍ତି ।

ଏବେ ରାଜ୍ୟରେ ମୋଟ ଆକ୍ଟିଭ କେସ୍ 51 ରହିଅଛି । ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି 30 ଜଣ । ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଅଛି । ଏହାକୁ Information and Public Relations Department ଟୁଇଟ କରି ଜଣାଇଛନ୍ତି ।

ଗତକାଲି ଗୋଟିଏ ଦିନରେ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଥିଲା । ସୋମବାର ଦିନ ରାଜ୍ୟରେ 13ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ସମସ୍ତ କରୋନା ଆକ୍ରାନ୍ତ ଭଦ୍ରକ, ବାଲେଶ୍ୱର , ଯାଜପୁର ଓ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଥିଲା ।


ସେୟାର କରନ୍ତୁ