ରାଜ୍ୟରେ ପୁଣି 3 କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା 125

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟରେ 4ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ସନ୍ଧ୍ୟାରେ ଆଉ ପୁଣି 3ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ତିନି ଜଣ ପଜିଟିଭ ବାଲେଶ୍ୱର ଜିଲ୍ଲାର ଏବଂ ଏହି ତିନି ଜଣଙ୍କୁ ମିଶାଇ ବାଲେଶ୍ଵର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ଏହି 3 କରୋନା ଆକ୍ରାନ୍ତ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ- 44ବର୍ଷ , 61ବର୍ଷ ଓ 63 ବର୍ଷ । ଏମାନେ ସମସ୍ତେ ସଙ୍ଗରୋଧରେ ରହିଥିଲେ । ଏହି 3 କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ତେବେ ବର୍ତମାନ ଏହି ତିନି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 125ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଏହି ଯୁଦ୍ଧରେ ମାତ ଦେଇ 39 ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 86 ଜଣ ବିଭିର୍ନ ହସ୍ପିଟାଲରେ ଚିକିତ୍ସାଧୀନରେ ଅଛନ୍ତି ।


ସେୟାର କରନ୍ତୁ