COVID-19: ପୂର୍ବ 24 ଘଣ୍ଟାରେ ଆସିଲା 1813 ନୂଆ ମାମଲା, ସଂକ୍ରମିତଙ୍କ ସଂଖ୍ୟା 31787 ହେଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସନ୍ଧ୍ୟା ପାଖାପୂଖି ସାଢ଼େ ପାଞ୍ଚ ସମୟରେ ସଂଖ୍ୟା ଜାରି ମୁତାବକ, ପୂର୍ବ 24 ଘଣ୍ଟାରେ 1813 ନୂଆ ମାମଲା ଆସିଅଛି ଏବଂ 71 ଲୋକଙ୍କର ମୃତ୍ୟୁ ହୋଇଅଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା କହିବାତ ଏପର୍ଯ୍ୟନ୍ତ 31787 ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ 1008 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ 7797 ରୋଗୀ ଠିକ ହୋଇଛନ୍ତି ।

ପଢନ୍ତୁ କେଉଁ ରାଜ୍ୟରେ କେତେ ସଂକ୍ରମିତ ?
ଆନ୍ଧ୍ରପ୍ରଦେଶରେ 1332, ଆଣ୍ଡାମାନ ନିକୋବରରେ 33, ଅରୁଣାଚଳ ପ୍ରଦେଶରେ ଏକ, ଆସାମରେ 38, ବିହାରରେ 383, ଚଣ୍ଡୀଗଡ଼ 56, ଛତିଶଗଡ଼ 38, ଦିଲ୍ଲୀରେ 3314, ଗୋଆରେ ସାତ, ଗୁଜୁରାଟରେ 3774, ହରିୟାଣାରେ 310, ହିମାଚଳ ପ୍ରଦେଶରେ 40, ଜମ୍ମୁ-କାଶ୍ମୀରରେ 565 କରୋନା ପଜିଟିଭ ଅଛନ୍ତି ।

ଏହା ବ୍ୟତୀତ ଝାଡ଼ଖଣ୍ଡରେ 105, କର୍ଣ୍ଣାଟକରେ 532, କେରଳରେ 486, ଲଦାଖ 22, ମଧ୍ୟପ୍ରଦେଶରେ 2561, ମହାରାଷ୍ଟ୍ର 9318, ମଣିପୁରରେ 2, ମେଘାଳୟରେ 12, ମିଜୋରାମ ଏକ, ଓଡ଼ିଶାରେ 119, ପୁଡ଼ୁଚେରୀ 8, ପଞ୍ଜାବରେ 322, ରାଜସ୍ଥାନରେ 2364, ତାମିଲନାଡୁରେ 2058, ତେଲେଙ୍ଗାନା 1012, ତ୍ରିପୁରାରେ 2, ଉତ୍ତରାଖଣ୍ଡରେ 54, ଉତ୍ତରପ୍ରଦେଶରେ 2115 ଏବଂ ପାଚିମବଙ୍ଗରେ 725 ରୋଗୀ କରୋନା ଭାଇରସରେ ସଂକ୍ରମିତ ପାଇଯାଇଅଛି ।


ସେୟାର କରନ୍ତୁ