COVID-19: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିକରି 33610 ହେଲା, 8373 ରୋଗୀ ଠିକ ହେଲେ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିକରି 33610 ହୋଇଅଛି । ଏଥି ମଧ୍ୟରୁ 8373 ରୋଗୀ ଠିକ ହୋଇଛନ୍ତି ଏବଂ 1075 ଲୋକଙ୍କର ମୃତ୍ୟୁ ହୋଇଅଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସନ୍ଧ୍ୟା ପାଖାପୂଖି ସାଢ଼େ ପାଞ୍ଚ ସମୟରେ ସଂଖ୍ୟା ଜାରି କରିଛନ୍ତି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ହୋଇଅଛି । ଯେଉଁଠି 9915 ଲୋକ କରୋନାରେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି ଏବଂ ଏଥି ମଧ୍ୟରୁ 432 ଲୋକଙ୍କର ମୃତ୍ୟୁ ହୋଇଅଛି ଓ 1593 ରୋଗୀ ଠିକ ହୋଇଛନ୍ତି ।

ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଲେକି COVID-19 ରୋଗୀ ଠିକ ହେବା ଦର 25 ପରସେଣ୍ଟ ଅଟେ । ଦେଶରେ COVID-19ର ବର୍ତମାନ ମାମଲାର ମୃତ୍ୟୁ ଦର 3.2 ପରସେଣ୍ଟ ଅଟେ । ସେ କହିଲେକି କରୋନା ମାମଲା ଏବେ 11 ଦିନରେ ଦୁଇଗୁଣ ହେଉଅଛି, ଲକଡାଉନ ପୂର୍ବରୁ 3.4 ଦିନରେ ହେଉଥିଲା ।

ପଢନ୍ତୁ ରାଜ୍ୟର ସଂଖ୍ୟା
ଆନ୍ଧ୍ରପ୍ରଦେଶରେ 1403, ଆଣ୍ଡାମାନ ନିକୋବରରେ 33, ଅରୁଣାଚଳ ପ୍ରଦେଶରେ ଏକ, ଆସାମରେ 42, ବିହାରରେ 403, ଚଣ୍ଡୀଗଡ଼ 56, ଛତିଶଗଡ଼ 38, ଦିଲ୍ଲୀରେ 3439, ଗୋଆରେ ସାତ, ଗୁଜୁରାଟରେ 4082, ହରିୟାଣାରେ 310, ହିମାଚଳ ପ୍ରଦେଶରେ 40, ଜମ୍ମୁ-କାଶ୍ମୀରରେ 581 କରୋନା ପଜିଟିଭ ଅଛନ୍ତି ।

ଏହା ବ୍ୟତୀତ ଝାଡ଼ଖଣ୍ଡରେ 107, କର୍ଣ୍ଣାଟକରେ 557, କେରଳରେ 496, ଲଦାଖ 22, ମଧ୍ୟପ୍ରଦେଶରେ 2660, ମହାରାଷ୍ଟ୍ର 9915, ମଣିପୁରରେ 2, ମେଘାଳୟରେ 12, ମିଜୋରାମ ଏକ, ଓଡ଼ିଶାରେ 128, ପୁଡ଼ୁଚେରୀ 8, ପଞ୍ଜାବରେ 357, ରାଜସ୍ଥାନରେ 2438, ତାମିଲନାଡୁରେ 2162, ତେଲେଙ୍ଗାନା 1012, ତ୍ରିପୁରାରେ 2, ଉତ୍ତରାଖଣ୍ଡରେ 55, ଉତ୍ତରପ୍ରଦେଶରେ 2203 ଏବଂ ପାଚିମବଙ୍ଗରେ 758 ରୋଗୀ କରୋନା ଭାଇରସରେ ସଂକ୍ରମିତ ପାଇଯାଇଅଛି ।


ସେୟାର କରନ୍ତୁ