ବଲିଓଡ଼ ଅଭିନେତା ଋଷି କପୁରଙ୍କ 67 ବର୍ଷ ବୟସରେ ମୁମ୍ବାଇରେ ନିଧନ

Truthink
ସେୟାର କରନ୍ତୁ

ମୁମ୍ବାଇ : ଭାରତୀୟ ଫିଲ୍ମ ଇଣ୍ଡ୍ରଷ୍ଟ୍ରି ପାଇଁ ଏହି ସପ୍ତାହ ଏକ ଖରାପ ସପନ ଭଳି ଚାଲୁଅଛି । ବୁଧବାରରେ ସାନଦାର କଳାକାର ଇରଫାନ ଖାନ ଦୁନିଆକୁ ଅଲବିଦା କହିଥିଲେ ଏବଂ ଏବେ ଗୁରବାରରେ ବର୍ଷିୟାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଅଛି । ବୁଧବାରରେ ହିଁ ଋଷି କପୁରଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା ଏବଂ ଗୁରବାରକୁ ସେ ଦୁନିଆ ଛାଡ଼ିକି ଚାଲିଯାଇଛନ୍ତି । ଋଷି କପୁର 67 ବର୍ଷର ଥିଲେ ଓ ସେ କ୍ୟାନସରରେ ପୀଡିତ ଥିଲେ ।

ଋଷି କପୁରଙ୍କ ମୃତ୍ୟୁର ବିବରଣୀ ସର୍ବପ୍ରଥମେ ମହାନାୟକ ଅମିତାଭ ବଚ୍ଚନ ଦେଇଥିଲେ । ସେ ଟୁଇଟର ଉପରେ ଲେଖିଛନ୍ତି,’ସେ ଚାଲି ଗଲେ, ଋଷି କପୁର, ମୁଁ ଭିତରୁ ଭାଙ୍ଗି ପଡ଼ିଅଛି ।’

ବୁଧବାର ଋଷି କପୁରଙ୍କୁ ପରିବାରଲୋକ ମୁମ୍ବାଇ ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ଋଷିଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ଋଷି କପୁରଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ତାଙ୍କ ବଡ ଭାଇ ରଣଧୀର କପୁର ସୂଚନା ଦେଇଥିଲେ । ସେ କର୍କଟ ରୋଗରେ ପୀଡିତ ଥିବା ବେଳେ ନିଶ୍ବାସ ନେବାରେ ଅସୁବିଧା ଭୋଗୁଥିବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

2018 ମସିହାରେ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା ଏବଂ ସେ ଚିକିତ୍ସା ପାଇଁ ଆମେରିକା ଚାଲିଯାଇଥିଲେ । ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ଚିକିତ୍ସା କରାଇଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ । ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିବା ବେଳେ ତାଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ରହିଥିଲେ ।


ସେୟାର କରନ୍ତୁ