ଭୁବନେଶ୍ୱର: ଓଡ଼ିଶାରେ ଆଜି ମଧ୍ୟାନରେ ପୁଣି 2ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ତେବେ ଏହି ଦୁଇ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ଦୁଇ ଆକ୍ରାନ୍ତଙ୍କର ବୟସ ଯଥାକ୍ରମେ- 48 (ପୁରୁଷ), 55(ପୁରୁଷ) । ଉଭୟ କରୋନା ସଂକ୍ରମିତ ବରୀ ବ୍ଲକ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
