ଗ୍ରୀଷ୍ମ ପ୍ରବାହ ହେତୁ ସ୍କୁଲ ସମୟ ପରିବର୍ତ୍ତନ କଲେ ସରକାର, ମେ 2ରୁ ସକାଳ 6ରୁ 9 ସ୍କୁଲ୍‌

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ମେ 2 ତାରିଖରୁ ସକାଳ 6ଟାରୁ 9 ପର୍ଯ୍ୟନ୍ତ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବିଭାଗ । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଓସେପା, ଓଏଭିଏସ୍‌, ଏମ୍‌ଡିଏମ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଇଆରଟି ନିର୍ଦ୍ଦେଶକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କୁ ସ୍କୁଲ ସମୟରେ ପରିବର୍ତ୍ତନ ନେଇ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା ସମୟ ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ।


ସେୟାର କରନ୍ତୁ