ହଜାରେ ତଳେ ରହିଛି କରୋନା ପଜିଟିଭ ସଂଖ୍ୟା, ରାଜ୍ୟରେ 24 ଘଣ୍ଟାରେ ଚିହ୍ନଟ ହେଲେ 993 ନୂଆ କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗି ଅଛି । ସଂଖ୍ୟାର କଥା କହିବାତ ଆଜି ମଧ୍ୟ ଏହି ସଂଖ୍ୟା ହଜାରେ ତଳକୁ ଖସିଅଛି । ଗତକାଲି ଏହି ସଂଖ୍ୟା 720ରେ ରହିଥିଲା । ମଙ୍ଗଳବାର ରିପୋର୍ଟ ମୁତାବକ, ରାଜ୍ୟରେ ପୂର୍ବ 24 ଘଣ୍ଟାରେ 9 ଶହ 93 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 97 ହଜାର 146କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 993 ଜଣଙ୍କ ମଧ୍ୟରୁ 578 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 415 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 997146 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 9536ଟି ଆକ୍ଟିଭ କେସ୍ ରହିଅଛି ଏବଂ 980471 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ