ରାଜ୍ୟରେ ପୁଣି 26 କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 245କୁ ଛୁଇଁଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଛି । ଆଜି ରାଜ୍ୟରେ ପୁଣି 26 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ଏମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏମାନଙ୍କୁ ମିଶାଇ ବର୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 245ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର 19 ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ- 26, 45, 21, 38, 40, 33, 45, 31, 23, 47, 35, 24, 30, 18, 29, 57, 38, 31 ଏବଂ 58 ବର୍ଷ ବୋଲି ଏଥିରେ ସୂଚନା ଦିଆଯାଇଛି । 5ଟି କେସ କେନ୍ଦ୍ରାପଡ଼ାରୁ ଆସିଅଛି ଏବଂ ଏମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ- 32, 33, 27, 35 ଏବଂ 31 ବର୍ଷ ବୋଲି ଜଣାଯାଇଛି । 2ଟି କେସ ଭଦ୍ରକର ଏବଂ ଏମାନଙ୍କର ବୟସ ଯଥା- 21, 41 ଓ ଏ ଦୁଇଜଣ ମଧ୍ୟ ପୁରୁଷ ବୋଲି କୁହାଯାଇଅଛି ।


ସେୟାର କରନ୍ତୁ