ଅମିତାଭ ବଚ୍ଚନଙ୍କ ନାତୁଣୀ 23 ବର୍ଷ ବୟସରେ ହେଲେ ଗ୍ରେଜୁଏଟ ତ ଏମିତି ଯାତାଇଲେ ଖୁସି, Big B ସେୟାର କଲେ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ର ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା 23 ବର୍ଷ ବୟସରେ ଗ୍ରେଜୁଏଟ ହୋଇଛନ୍ତି । ଏହି ଖାସ ମୌକାରେ ପୁରା ପରିବାର ଯଷ୍ମ ମନାଇଛନ୍ତି । ନବ୍ୟା ନବେଲି ନନ୍ଦାଙ୍କ ଗ୍ରେଜୁଏଟ ହେବା ପରେ ଅମିତାଭ ବଚ୍ଚନ ନିଜର ନାତୁଣୀଙ୍କର ଏକ ଶ୍ଲୋମୋସନ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କର ନାତୁଣୀ ଗ୍ରେଜୁଏସନ ଗାଉନ ଏବଂ କ୍ୟାପ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ପୋଷ୍ଟ କରି ବିଗ ଵି କହିଲେକି କରୋନା ପାଇଁ ତାଙ୍କର ନାତୁଣୀ ଏବଂ ପୁରା ପରିବାର ନ୍ୟୁୟର୍କ ପହଁଞ୍ଚି ପାରିଲେ ନାହିଁ, ଏମିତିରେ ସେମାନେ ଘରେ ହିଁ ଜସନ ମନାଇଲେ । ନବ୍ୟା ନନ୍ଦାଙ୍କ ପାଇଁ ଅମିତାଭ ବଚ୍ଚନଙ୍କଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ ଚର୍ଚାରେ ରହିଅଛି, ଏହା ସାଥିରେ ଲୋକେ ଏହା ଉପରେ କମେଣ୍ଟ ମଧ୍ୟ କରୁଅଛନ୍ତି ।

ଅମିତାଭ ବଚ୍ଚନ ନବ୍ୟା ନବେଲି ନନ୍ଦାଙ୍କ ଗ୍ରେଜୁଏଟ ହେବା ପରେ ସେ ବଧାଇ ଦେଇ ଲେଖିଲେ, ‘ନାତୁଣୀ ନବ୍ୟା, ଏକ ୟଙ୍ଗ ସ୍ଟୁଡ଼େଣ୍ଟ ଜୀବନରେ ତାଙ୍କର ସବୁଠାରୁ ଖାସ ଦିନ, ଗ୍ରେଜୁଏସନ ଡେ଼ । ସେ ନ୍ୟୁୟର୍କ କଲେଜରେ ଗ୍ରେଜୁଏଟ ହୋଇଛନ୍ତି । କିନ୍ତୁ କରୋନା ଏବଂ ଲକଡାଉନ ପାଇଁ ସେରେମନି କ୍ୟାନସେଲ କରିଦିଆଗଲା । ସେ ଯାଇ ପାରିଲେ ନାହିଁ, ଆମେ ସବୁ ମଧ୍ୟ ଏହି ଖାସ ମୌକାରେ ନବ୍ୟାଙ୍କ ସାଥିରେ ରହିବାର ଯୋଜନା ବନାଇଥିଲୁ । ଏହି ସମସ୍ତ ପରେ ମଧ୍ୟ ସେ ଗ୍ରେଜୁଏସନ ଗାଉନ ଏବଂ କ୍ୟାପ ପିନ୍ଧେଇବାକୁ ଚାହିଁଥିଲେ । ଏଥିପାଇଁ ଷ୍ଟାଫ ତାଙ୍କ ପାଇଁ ଗାଉନ ଏବଂ କ୍ୟାପ ପ୍ରସ୍ତୁତ କଲେ ଓ ନବ୍ୟା ନିଜ ଘର ଜଲସାରେ ଏହାକୁ ପିନ୍ଧି କରି ଖୁସି ଯାତାଇଲେ । ତୁମ ଉପରେ ବହୁତ ଗର୍ବ ନବ୍ୟା, ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ ।’

ଅମିତାଭ ବଚ୍ଚନ ନବ୍ୟା ନନ୍ଦାଙ୍କ ଭିଡ଼ିଓ ବ୍ୟତୀତ ଆହୁରି କିଛି ଫଟୋ ମଧ୍ୟ ସାଝା କରିଥିଲେ, ଯେଉଁଥିରେ ତାଙ୍କର ଝିଅ ଶ୍ଵେତା ବଚ୍ଚନ ମଧ୍ୟ ନଜର ଆସିଥିଲେ । ନବ୍ୟା ନିଜ ଅଜା ଅମିତାଭ ବଚ୍ଚନ ଏବଂ ମାମୁଁ ଅଭିଷେକ ବଚ୍ଚନଙ୍କ ଅଧିକ କ୍ଲୋଜ । ନବ୍ୟା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ଏହା ସହିତ ସେ ତାଙ୍କ ବନ୍ଧୁଙ୍କୁ ମଧ୍ୟ ପୂରା ସମୟ ଦେଇଥାନ୍ତି । ଅଧିକାଂଶ ସମୟରେ ସେ ପାର୍ଟି,ଫଙ୍କସନର ମଜା ନେଉଥିବାର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରନ୍ତି ।


ସେୟାର କରନ୍ତୁ