ସୋନୁ ସୁଦ ପ୍ରବାସୀ ମଜଦୂରଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଲେ, ସହ ସହ ଲୋକଙ୍କୁ ବସରେ ପଠାଇଲେ ତାଙ୍କ ଘର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଲକଡାଉନ କାରଣରୁ ହଜାର ହଜାର ଲୋକ ଅନ୍ୟ ସହରରେ ଫସି ରହିଛନ୍ତି । ଯେଉଁ କାରଣରୁ ତାଙ୍କର ସାମ୍ନାରେ ଖାଇବା ଏବଂ ରହିବାରେ ସମସ୍ୟା ଲଗାତାର ରହିଅଛି । ଏହି କାରଣରୁ ମଜଦୁର ପାଦରେ ଚାଲି ଚାଲି ନିଜର ଘରକୁ ଯିବା ପାଇଁ ମଜବୂର ହେଉଛନ୍ତି । ତେବେ ସରକାର ମଧ୍ୟ ଲଗାତାର ପ୍ରବାସୀ ମଜଦୂରଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରେୟତ କରୁଛନ୍ତି । ଏବେ ପ୍ରବାସୀ ମଜଦୁରଙ୍କ ସାହାଯ୍ୟ ପାଇଁ ବଲିଓଡ଼ ଆକ୍ଟର ସୋନୁ ସୁଦ ଆଗକୁ ଆସିଛନ୍ତି । ଆକ୍ଟର ବସରେ ସର୍ଭିସ ଆରମ୍ଭ କରି ପ୍ରବାସୀ ମଜଦୁରଙ୍କୁ ତାଙ୍କ ଘରକୁ ପହଞ୍ଚାଇଲେ ।

ସଙ୍କଟର ଏହି ସମୟରେ ଆକ୍ଟର ସୋନୁ ସୁଦ ବସ ବ୍ୟତୀତ ତାଙ୍କର ଖାଇବାର ବନ୍ଦୋବସ୍ତ ମଧ୍ୟ କରିଥିଲେ । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କ ଅନୁମତି ନେଇକରି ସୋନୁ ସୁଦ ବସର ସର୍ଭିସ ଆରମ୍ଭ କରିଥିଲେ, ଯେଉଁଥି ପାଇଁ ମହାରାଷ୍ଟ୍ରର ଠାଣେରୁ କର୍ଣ୍ଣାଟକର ଗୁଲବର୍ଗାକୁ 10ଟି ବସ ମଜଦୁରଙ୍କୁ ନେଇକରି ଯାଇଥିଲା । ଏହି ସମୟରେ ସୋନୁ ସୁଦ ନିଜେ ମଜଦୁରଙ୍କୁ ସାହାଯ୍ୟ ପାଇଁ ଉପସ୍ଥିତ ରହିଥିଲେ ଏବଂ ତାଙ୍କୁ ଗୁଡ଼ ବାଏ କହିଥିଲେ । କହିବା କି ଆକ୍ଟର ଏମିତି କରି ପ୍ରଥମ ଭାରତୀୟ ସେଲିବ୍ରେଟି ବନିଛନ୍ତି, ଯିଏକି ପ୍ରବାସୀ ମଜଦୂରଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ।

ଏହା ଉପରେ କଥା କହି ସୋନୁ ସୁଦ କହିଲେ, ‘ମୋର ମାନିବା ହେଉଛି କି ବର୍ତମାନ ସମୟରେ ଯେବେ ଆମେ ସମସ୍ତେ ଏହି ଅପଦାର ସାମ୍ନା କରୁଅଛନ୍ତି, ପ୍ରତେକ ଭାରତୀୟଙ୍କର ପରିବାର ଏବଂ ପ୍ରିୟଜନଙ୍କ ସହ ରହିବାର ହକ ଅଟେ । ମୁଁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କ ଠାରୁ ଏଥି ପାଇଁ ଅନୁମତି ନେଇଥିଲି, ତାକି ଏହି ପ୍ରବାସୀ ମାନେ ବସ ଜରିଆରେ ତାଙ୍କ ଘର ପର୍ଯ୍ୟନ୍ତ ପହଁଞ୍ଚି ପାରିବେ । ମହାରାଷ୍ଟ୍ର ସରକାର ପେପର ୱାର୍କ କରିବାରେ ମୋତେ ବହୁତ ସାହାଯ୍ୟ କରିଛନ୍ତି ଓ ଏହା ସାଥିରେ କର୍ଣ୍ଣାଟକ ସରକାର ମଧ୍ୟ ପ୍ରବାସୀ ମାନଙ୍କୁ ୱେଲକମ କରିଛନ୍ତି । ମୁଁ ନିଜର କ୍ଷମତା ଅନୁସାରେ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଏମିତି କରୁଥିବି ।


ସେୟାର କରନ୍ତୁ