ଉର୍ବସୀ ରୌଉତେଲାଙ୍କର ଷ୍ଟାଇଲିସ ଭିଡ଼ିଓ ହେଉଛି ଭାଇରଲ, କେଉଁ ଅନ୍ଦାଜରେ ନଜର ଆସୁଛନ୍ତି ଆସନ୍ତୁ ଦେଖିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଉର୍ବସୀ ରୌଉତେଲା ଲକଡାଉନ ସମୟରେ ନିଜର ଭିଡ଼ିଓ ଏବଂ ଫଟୋରେ ମିଡିଆ ଉପରେ ଧୁମ ମଚେଇ ରଖିଛନ୍ତି । ଉର୍ବସୀ ରୌଉତେଲା ଲଗାତାର ଭିଡ଼ିଓ ଏବଂ ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରୁଅଛନ୍ତି । ଉର୍ବସୀ ଗୋଟିଏ ଭିଡ଼ିଓ ସେୟାର କରିଅଛନ୍ତି ଯେଉଁଥିରେ ସେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସୁଛନ୍ତି । ଏହି ଭିଡ଼ିଓରେ ବଲିଓଡ଼ ଏକ୍ଟ୍ରସ ପପ୍ରଲ କଲରର ଡ୍ରେସ ପିନ୍ଧିଅଛନ୍ତି ଏବଂ ତାଙ୍କର ଅନ୍ଦାଜ ବହୁତ କମାଲ ଲାଗୁଅଛି । ଉର୍ବସୀ ରୌଉତେଲା ଏହି ଭିଡ଼ିଓ ସହ କ୍ୟାପସନରେ ଲେଖିଛନ୍ତି, ‘ଲଭର ଗାର୍ଲ’ ।

ଉର୍ବସୀ ରୌଉତେଲା ଏହା ପୂର୍ବରୁ ନିଜର କ୍ଵାରିଣ୍ଟିଂନ ଫଟୋ ମଧ୍ୟ ସେୟାର କରିଥିଲେ । ଉର୍ବସୀଙ୍କ ଏହି ଫଟୋକୁ ଖୁବ ପସନ୍ଦ କରାଯାଇଥିଲା ଏବଂ ଫ୍ୟାନ୍ସଙ୍କ ମଜାଦାର ରିଏକ୍ସନ ମଧ୍ୟ ଆସିଥିଲା । ଏମିତିରେ ଵି ଉର୍ବସୀ ରୌଉତେଲା ସୋସିଆଲ ମିଡ଼ିଆରେ ମଧ୍ୟ ଆକ୍ଟିଭ ରୁହନ୍ତି ଏବଂ ସେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ମୋଟା ରକମର ଚାର୍ଜ ମଧ୍ୟ ନେଇଥାନ୍ତି ।

ଉର୍ବସୀ ରୌଉତେଲା ସନି ଦେୱେଲଙ୍କ ସହ ବଲିଓଡ଼ରେ ପାଦ ଥାପିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ସିଂହ ସାହେବ ଦ ଗ୍ରେଟ’ ଥିଲା, ଯେଉଁଥିରେ ସେ ସନି ଦେୱେଲଙ୍କର ପତ୍ନୀ ଭୂମିକାରେ ନଜର ଆସିଥିଲେ । ତେବେ ଵର୍କଫ୍ରଣ୍ଟର କଥା କହିବା ତ ଲକଡାଉନରେ ପ୍ରଥମେ ଉର୍ବସୀ ରୌଉତେଲାଙ୍କ ଗୀତ ‘ଏକ ଡ଼ାୟମଣ୍ଡ ଦା ହାର ଲେଦେ ୟାର’ ରିଲିଜ ହୋଇଥିଲା । ଏହି ଗୀତକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଇଥିଲା । ଏହା ପୂର୍ବରୁ ଉର୍ବସୀ ରୌଉତେଲା ଫିଲ୍ମ ‘ପାଗଲପନ୍ଥି’ରେ ନଜର ଆସିଥିଲେ ।


ସେୟାର କରନ୍ତୁ