ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ 16ରେ ପାଲଟିବ ସାମୁଦ୍ରିକ ଝଡ଼, ଏହାର ପ୍ରଭାବରେ ରାଜ୍ୟରେ 18 ଏବଂ 19ରେ ପ୍ରବଳ ବର୍ଷା

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧିଛି ଲଘୁଚାପ । ଆସନ୍ତାକାଲି ଏହା ଡିପ୍ ଡିପ୍ରେସନ୍ ରେ ପରିଣତ ହେବ । ଏହି ପ୍ରଭାବରେ ଓଡ଼ିଶାରେ ଆସନ୍ତା 18 ଓ 19 ରେ ପ୍ରବଳ ବର୍ଷା ହେବାର ରହିଛି । ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ପୂର୍ବାହ୍ନରେ ‘ୱେଲ- ମାର୍କଡ୍‌ ଲୋ- ପ୍ରେସର’ରେ ରୂପାନ୍ତରିତ ହୋଇଛି । ଏହାକ୍ରମେ ବେଶୀ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର ।

ଏହି ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାପରେ 15 ତାରିଖ ବେଳକୁ ସମୁଦ୍ର ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବ । ଏହା 17 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରି ଶେଷରେ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ତେବେ 17 ତାରିଖ ଠାରୁ 19 ତାରିଖ ପର୍ଯ୍ୟନ୍ତ ଏହି ସାମୁଦ୍ରିକ ଝଡ଼ଟି ଏହି ଦିଗରେ ଗତିଶୀଳ ହୋଇରହିବ । ତେବେ ଏହି ସମୁଦ୍ରିକ ଝଡ଼ଟି କେଉଁଠାରେ ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ ସେଥିନେଇ ଏବେଠାରୁ କୌଣସି ପ୍ରକାରର ପୂର୍ବାନୁମାନ କରିବା ଅସମ୍ଭବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଦୃଷ୍ଟିରୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦେଇଛି ।


ସେୟାର କରନ୍ତୁ