Coronavirus: ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସବୁଠାରୁ ବେଶୀ 5242 ମାମଲା ସାମ୍ନାକୁ ଆସିଲା, ପୂର୍ବ 24 ଘଣ୍ଟାରେ 157 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକଡାଉନ-4 ଆରମ୍ଭ ହୋଇଅଛି । ଲକଡାଉନର ଚତୁର୍ଥ ଚରଣ 31 ମଇ ପର୍ଯ୍ୟନ୍ତ ଲାଗୁ ହୋଇଛି । ଲକଡାଉନ ଚାଲିଥିଲେ ମଧ୍ୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ଦେଶରେ ପୂର୍ବ 24 ଘଣ୍ଟାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 5242 ମାମଲା ସାମ୍ନାକୁ ଆସିଅଛି, ଯାହା କି ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ଅଟେ । ତେବେ ପୂର୍ବ 24 ଘଣ୍ଟାରେ 157 ଲୋକଙ୍କ ମୃତ୍ୟୁ ହୋଇଅଛି । । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଏଥିରେ ଏପର୍ଯ୍ୟନ୍ତ 96ହଜାର 169 ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଏଥି ମଧ୍ୟରୁ 3029 ଲୋକଙ୍କର ମୃତ୍ୟୁ ହୋଇଅଛି । 36 ହଜାର 824 ଲୋକ ଠିକ ମଧ୍ୟ ହୋଇଛନ୍ତି ।

କେଉଁ ରାଜ୍ୟରେ କେତେ ମୃତ୍ୟୁ ହୋଇଛି ?
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁତାବକ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ 1198, ଗୁଜରାଟରେ 659, ମଧ୍ୟପ୍ରଦଶରେ 248, ପଶ୍ଚିମବଙ୍ଗରେ 238, ରାଜସ୍ଥାନରେ 131, ଦିଲ୍ଲୀ 160, ଉତ୍ତରପ୍ରଦେଶରେ 104, ଆନ୍ଧ୍ରପ୍ରଦେଶରେ 50, ତାମିଲନାଡୁରେ 78, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 37, ପଞ୍ଜାବରେ 35, ଜମ୍ମୁ-କାଶ୍ମୀରରେ 13, ହରିୟାଣାରେ 14, ବିହାରରେ 8, କେରଳରେ 4, ଝାଡ଼ଖଣ୍ଡରେ 3, ଓଡ଼ିଶାରେ 4, ଚଣ୍ଡୀଗଡ଼ରେ 3, ହିମାଚଳପ୍ରଦେଶରେ 3, ଆସାମରେ 2 ଏବଂ ମେଘାଳୟରେ ଏକ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ