ବେଷନ ତିଆରି ଫ୍ୟାସପ୍ୟାକରେ ବଢାନ୍ତୁ ମୁଁହର ସୌନ୍ଦର୍ଯ୍ଯ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ପାଇବା ପାଇଁ ହେଲେ ଲୋକମାନେ ବେସନର ବ୍ୟବହାର କରିଛନ୍ତି । ବେସନର ବ୍ୟବହାର ସବୁ ପ୍ରକାରର ସ୍କିନରେ କରାଯାଇପାରିବ ।

(୧) ଶୁଷ୍କ ସ୍କିନ ପାଇଁ ବେସନକୁ ମହୁ, କ୍ଷୀର ଓ ହଳଦୀ ସହିତ ପେଷ୍ଟ କରି ୨୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ଏହାପରେ ମୁହଁ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଚେହେରାରେ ଚମକ ଆସିବା ସହିତ ସ୍କିନରେ ଆର୍ଦ୍ରତା ମଧ୍ୟ ରହିବ ।

(୨) ମୁଡଁରେ ବ୍ରଣ କିମ୍ବା ଦାଗ ଯଦି ରହୁଛି ତେବେ ବେସନ, ହଳଦୀ ଓ ଗୋଲାପ ଜଳକୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ଦ୍ୱାରା ଚେହେରା ଗୋରା ହେବା ସହିତ ବ୍ରଣ ଓ ଦାଗର ସମସ୍ୟା ଦୂର ହେବ ।

(୩) ଚେହେରାରେ ଅନାବଶ୍ୟକ କେଶକୁ ହଟାଇବାକୁ ହେଲେ ବେସନ ସବୁଠାରୁ ଉତ୍ତମ ଉପାୟ । ସେଥିପାଇଁ ବେସନରେ ଅଳ୍ପ ସୋରିଷ ତେଲ ମିଶାଇ ଚେହେରାରେ ହାଲୁକା ଭାବରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଚେହେରାରେ ଅନାବଶ୍ୟକ କେଶରୁ ରକ୍ଷା ମିଳିବ ।

(୪) ଚେହେରାର କଳା ଅଂଶ ଓ ଦାଗ ହଟାଇବା ପାଇଁ ବେସନର ଅଳ୍ପ ଲେମ୍ବୁରସ ଓ ଗୋଲାପ ଜଳ ମିଶାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଓ ପରେ ପାଣିରେ ମୁହଁ ଧୋଇଦିଅନ୍ତୁ । ଏହାଦ୍ୱାରା ଖରାରେ କଳା ଦେଖାଯାଉଥିବା ମୁହଁ ଗୋରା ଦେଖାଯିବ ।

(୫) ତୈଳୀୟ ସ୍କିନ ପାଇଁ ଆପଣ ଦହି, ଗୋଲାପ ଜଳ ଓ ବେସନର ପେଷ୍ଟ ଲଗାଇ ପାରିବେ । ଏହା ଦ୍ୱାରା ସ୍କିନରୁ ସମସ୍ତ ମଇଳା ସଫା ହେବା ସହିତ ସ୍କିନ କୋମଳ ହୋଇଯିବ ।

(୬) ବେସନ, ମହୁ, ଏକ ଚୁଟକୀ ହଳଦୀ ଓ ଅଳ୍ପ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଚେହେରାରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ଧୋଇଦିଅନ୍ତୁ ।

(୭) ଆଣ୍ଠୁର କଳାଦାଗ ପାଇଁ ଗୋଟେ ଗିନାରେ କ୍ଷୀର ଓ ଅଧ ଗିନା ବେସନ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଆଣଣ୍ଠୁ ଓ କହୁଣିରେ ଲଗଶି ଧୀରେ ଧୀରେ ଘଷନ୍ତୁ । କିଛି ସମୟ ପରେ ଧୋଇଦିଅନ୍ତୁ । ପ୍ରଥମ ବ୍ୟବହାରରେ ଆପଣଙ୍କୁ ଫରକ ନଜର ନିଶ୍ଚୟ ଆସିବ ।


ସେୟାର କରନ୍ତୁ