ରାଜ୍ୟରେ ସୁସ୍ଥ ହେଲେ 50 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା 393

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନା ଧରୁନାହିଁ,ତାର ପ୍ରକୋପ ଦିନକୁ ଦିନ ବଢିବାକୁ ଲାଗୁଅଛି । କିନ୍ତୁ ଏହି ସମସମୟରେ ମଧ୍ୟ ରାଜ୍ୟ ପାଇଁ ଆସିଛି ଖୁସି ଖବର । ଆଜି ରାଜ୍ୟରେ ଏକ ସାଙ୍ଗରେ ସୁସ୍ଥ ହୋଇଛନ୍ତି 50 କରୋନା ଆକ୍ରାନ୍ତ । ଏହି ସୁସ୍ଥ ହୋଇଥିବା 50ଜଣଙ୍କ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ 22ଜଣ, ବାଲେଶ୍ୱରରୁ 15, ଭଦ୍ରକରୁ 5, ଯାଜପୁର 3, ବୌଦ୍ଧ 3, ମୟୁରଭଞ୍ଜ ଏବଂ ରାଉରକେଲାରୁ ଜଣେ-ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି । ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଅଛି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 393ରେ ପହଞ୍ଚିଛି ।


ସେୟାର କରନ୍ତୁ