Viral Video: ସଲମାନ ଖାନ ନିଜ ପ୍ରଶଂସକଙ୍କ ବାଳ କାଟି କାଟି ବିଚରାକୁ କରିଦେଲେ ଚନ୍ଦା, ତାପରେ ଯାହା ହେଲା ଆପଣ ଚିନ୍ତା କରିପାରିବେ ନାହିଁ

ଭାଇରାଲ ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସଲମାନ ଖାନ ବଲିଉଡର ସୁପରଷ୍ଟାର ଅଟନ୍ତି । ଯାହାଙ୍କ ଏକ ଝଲକ ଦେଖିବା ପାଇଁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଯଦି ସଲମାନ ନିଜେ ପ୍ରଶଂସକ ପାଖକୁ ମିଶିବାକୁ ଆସିଯିବେ ତେବେ ପ୍ରଶଂସକଙ୍କ ରିଆକ୍ସନ କଣ ହେବ ଆପଣ ବୁଝି ପାରୁଥିବେ । କିନ୍ତୁ ଏଠାରେ ଦବଂଗ ଖାନ ପ୍ରଶଂସକଙ୍କ ସହ କେବଳ ମିଶିବା ନୁହେଁ ବରଂ ତାଙ୍କର ବାଳ କାଟୁଥିବା ନଜର ଆସୁଛନ୍ତି । ହଁ ,ଏବେ ସଲମାନଙ୍କର ଏକ ଭିଡ଼ିଓ ସୋସିଆଲ ମେଡିଆରେ ବହୁତ viral ହେଉଛି । ଏହି ଭିଡ଼ିଓରେ ଦେଖାଯାଉ ଅଛି କି, ସେ ପ୍ରଶଂସକଙ୍କ ବାଳ କାଟିବା ନଜର ଆସୁଛନ୍ତି ।

ସୋସିଆଲ ମେଡିଆରେ ଏକ ଭିଡ଼ିଓ ଖୁବ viral ହେଉଅଛି । ଏହି ଭିଡ଼ିଓରେ ଦେଖାଯାଉ ଅଛି କି, ସଲମାନ ଖାନ ନିଜ ପ୍ରଶଂସକଙ୍କ ବାଳ କାଟିବାକୁ ପହଞ୍ଚୁଅଛନ୍ତି । ବଡ style ରେ ବାଳ ଉପରେ କଂଘା କରୁଥିବା ନଜର ଆସୁଛନ୍ତି । କାଟି କାଟି ବାଳ ଏତେ ଛୋଟ ହୋଇଯାଉଛି କି ବିଚାରା ଚନ୍ଦା ହୋଇଯାଉଛି । ତେଣେ ପ୍ରଶଂସକମାନେ ମଧ୍ୟ ସଲମାନଙ୍କ style ଦେଖି ପଛରୁ ଚିଲେଇବା ନଜର ଆସୁଛନ୍ତି । ଏହା ପରେ ମଧ୍ୟ ତାଙ୍କର ପ୍ରଶଂସକ ହସୁଥିବା ନଜର ଆସୁଛନ୍ତି ।

ଭିଡ଼ିଓ ଏହିଠାରେ ଶେଷ ହେଉ ନାହିଁ ସଲମାନ ବାଳ କାଟିବା ପାଇଁ ଫିସ ମାଗୁଛନ୍ତି । ସେ ନିଜ କାମ ପାଇଁ ପଇସା ନେଉଛନ୍ତି । ତାପରେ ତାଙ୍କର ପ୍ରଶଂସକ ସିଟରୁ ଉଠି ନିଜର ବାଳ ଦେଖୁଛି ଓ ପର୍ସ ରୁ 100 ଟଙ୍କାର ନୋଟ ବାହାରକରି ଧରାଇଦେଉଛି । ଏହାପରେ ସଲମାନ ଖାଁ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହି ଭିଡ଼ିଓ ପାଇଁ ପ୍ରଶଂସକଙ୍କର ବହୁତ କମେଣ୍ଟ ଆସୁଛି ,ଜଣେ ୟୁଜର ଲେଖୁଛନ୍ତି ଓହୋ କଣ ବନାଇଦେଲେ ବିଚରାକୁ ତେଣେ ଅନ୍ୟ ଜଣେ ପ୍ରଶଂସକ ନିଜର ହସ କଂଟ୍ରୋଲ କରିପାରୁ ନାହାନ୍ତି ।


ସେୟାର କରନ୍ତୁ