ରାଜ୍ୟରେ 103 କରୋନା ରୋଗୀ ଚିହ୍ନଟ,ମୋଟ ସଂଖ୍ୟା 1438

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ଆଜି 103ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1438କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା 103ଜଣଙ୍କ ମଧ୍ୟରୁ 96ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ 7ଜଣ ସ୍ଥାନୀୟ ଲୋକ ଅଟନ୍ତି ।

ଚିହ୍ନଟ ହୋଇଥିହା 103 ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର 4ଜଣ, ଯାଜପୁର ଜିଲ୍ଲାର ଜଣେ, ବାଲେଶ୍ୱରରୁ 5ଜଣ, ଭଦ୍ରକରୁ 8ଜଣ, ଖୋର୍ଦ୍ଧାରୁ 5ଜଣ, କେନ୍ଦ୍ରାପଡାରୁ 15ଜଣ, ଜଗତସିଂହପୁରରୁ 10ଜଣ, ଦେଓଗଡରୁ22, ବଲାଙ୍ଗୀରରୁ 8ଜଣ, ମାଲକାନଗିରିରୁ 9ଜଣ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, ଗଜପତିରୁ 6ଜଣ, କୋରାପୁଟରୁ 6ଜଣ, କନ୍ଧମାଳରୁ ଜଣେ ଏବଂ ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ 1438 ମୋଟ କେସ ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 881 ଥିବା ବେଳେ 550ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ 7 କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।


ସେୟାର କରନ୍ତୁ