ରାଜ୍ୟରେ ସୁସ୍ଥ ହେଲେ 76 କରୋନା ଆକ୍ରାନ୍ତ, ସୁସ୍ଥ ହୋଇଥିବା ମୋଟ ସଂଖ୍ୟା 1126

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 76 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା 1126ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଏହି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ 17 ଜଣ, ଗଂଜାମ ଜିଲ୍ଲାରୁ 16 ଜଣ, ନୟାଗଡ଼ ଜିଲ୍ଲାରୁ 11 ଜଣ, କଳାହାଣ୍ଡି ଜିଲ୍ଲାରୁ 11 ଜଣ ଓ ଯାଜପୁର ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ଵରରୁ 3ଜଣ, ମୟୂରଭଞ୍ଜ ଜିଲ୍ଲାର 3 ଜଣ, ଅନୁଗୁଳରୁ 2ଜଣ, ଜଗତସିଂହପୁରରୁ 2ଜଣ ଏବଂ କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ