ରାଜ୍ୟରେ ସୁସ୍ଥ ହେଲେ 119ଜଣ କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 119 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏହି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର 60 ଜଣ, କଟକର 13 ଜଣ, କେନ୍ଦ୍ରାପଡାର 12 ଜଣ , ଗଜପତିର 9 ଜଣ, ନୟାଗଡର 6 ଜଣ, ସୁନ୍ଦରଗଡର 5ଜଣ ଜଣ ଏବଂ ପୁରୀ, ବାଲେଶ୍ୱର ଓ ଖୋର୍ଧାର 3ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ, ବଲାଙ୍ଗୀରରୁ 2ଜଣ ଲେଖାଏଁ ଓ ସମ୍ବଲପୁରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା 1245ରେ ପହଞ୍ଚିଛି ।


ସେୟାର କରନ୍ତୁ