ଏହି ଛଅ ରାଜ୍ୟରେ ତେଜିରେ ବଢୁଅଛି କରୋନା ସଂକ୍ରମଣର ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ମାମଲା ଦେଶରେ ଲଗାତାର ବଢୁଅଛି । ଭାରତରେ ଏପର୍ଯ୍ୟନ୍ତ ମୋଟ 1,90,535 କରୋନା ସଂକ୍ରମିତ ରୋଗୀ ହୋଇଛନ୍ତି ଏବଂ 5,394 ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଏପର୍ଯ୍ୟନ୍ତ ମୋଟ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ପାଖାପୁଖି 75 ପ୍ରତିଶତ ରୋଗୀ ଏବଂ 83 ପ୍ରତିଶତ ମୃତ୍ୟୁ କେବେଳ 6 ରାଜ୍ୟରେ ହୋଇଅଛି ।

ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ମୋଟ ମାମଲା ମଧ୍ୟରୁ 75.33 ପ୍ରତିଶତ କେସ ଯେଉଁ 6 ରାଜ୍ୟରେ ହୋଇଅଛି ସେମାନେ ହେଲେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ।

-ମହାରାଷ୍ଟ୍ରରେ ମୋଟ ରୋଗୀ 67,655 ଅଟନ୍ତି ।
-ତାମିଲନାଡୁରେ ମୋଟ ରୋଗୀ 22,333 ଅଟନ୍ତି ।
-ଦିଲ୍ଲୀରେ ମୋଟ ରୋଗୀ 19,844 ଅଟନ୍ତି ।
-ଗୁଜୁରାଟରେ ମୋଟ ରୋଗୀ 16,779 ଅଟନ୍ତି ।
-ରାଜସ୍ଥାନରେ ମୋଟ ରୋଗୀ 8831ଅଟନ୍ତି ।
-ମଧ୍ୟପ୍ରଦେଶରେ ମୋଟ ରୋଗୀ 8089 ଅଟନ୍ତି ।

ଏହି 6 ରାଜ୍ୟରେ ମୋଟ 1,43,531 କରୋନା ସଂକ୍ରମିତ ରୋଗୀ ଅଟନ୍ତି । ଏହା ଏପର୍ଯ୍ୟନ୍ତ ମୋଟ ମାମଲାର 75.33 ପ୍ରତିଶତ ଅଟେ । ତେବେ ଦେଶରେ ସଂକ୍ରମଣରେ ହୋଇଥିବା ମୃତ୍ୟୁ ମଧ୍ୟରୁ 83.68 ପ୍ରତିଶତ ଏହି 6 ରାଜ୍ୟରୁ ହିଁ ହୋଇଅଛି । ଯେଉଁଠି ମହାରାଷ୍ଟ୍ରରେ 2,286, ତାମିଲନାଡୁରେ 173, ଦିଲ୍ଲୀରେ 473, ଗୁଜୁରାଟରେ 1038, ରାଜସ୍ଥାନରେ 194 ଏବଂ ମଧ୍ୟପ୍ରଦେଶରେ 350 ରୋଗୀଙ୍କ ମୃତ୍ୟୁ ହୋଇଅଛି । ଏହି 6 ରାଜ୍ୟରେ ସଂକ୍ରମଣରେ ହୋଇଥିବା ମୃତ୍ୟୁର ସଂଖ୍ୟା ଯୋଡି଼ବାତ ମୋଟ 4,514 ରୋଗୀଙ୍କ ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ