କାଟ୍ରିନା କୈଫ ସମୁଦ୍ରରେ ବଡ଼ ମାଛକୁ ଦେଲେ ଟକ୍କର, ଜଳପରିଙ୍କ ଭଳି ପହଁରୁଥିବାର ଆସୁଛନ୍ତି ନଜର, ଦେଖନ୍ତୁ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଓଡ଼ ଅଭିନେତ୍ରୀ କାଟ୍ରିନା କୈଫ ଲକଡାଉନରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ଏହା ଭିତରେ ଲଗାତାର କାଟ୍ରିନା କୈଫ ଫ୍ୟାନ୍ସଙ୍କ ସାଥିରେ ନିଜର ଭିଡିଓ ସେୟାର କରୁଛନ୍ତି । ଏହି ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଅଛି । ଏହି ଭିଡିଓରେ କାଟ୍ରିନା କୈଫ ସମୁଦ୍ରରେ ପହଁରୁଥିବାର ନଜରରେ ଆସୁଛନ୍ତି । ଭିଡିଓରେ କାଟ୍ରିନା କୈଫ ଏକ ବଡ଼ ମାଛ ସାଥିରେ ପହଁରୁଥିବାର ନଜର ଆସୁଛନ୍ତି । ଅଭିନେତ୍ରୀ ଭିଡିଓରେ ବିଲକୁଲ ଜଳପରି ଭଳି ଦେଖାଯାଉଛନ୍ତି ।

କାଟ୍ରିନା କୈଫଙ୍କ ଏହି ଭିଡିଓ ଉପରେ ଫ୍ୟାନ୍ସ ଖୁବ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି । କାଟ୍ରିନା କୈଫ ଏହି ଭିଡିଓକୁ ୱାର୍ଡ ଓସିୟାନ ଡ଼େ’ରେ (World Ocean Day) ସେୟାର କରିଛନ୍ତି । ଭିଡିଓ ସେୟାର କରି କାଟ୍ରିନା କୈଫ କ୍ୟାପସନରେ ଲେଖିଲେ, ‘ ମହାସାଗରରେ ଏକ ସୁନ୍ଦର ଦିନ,ମୋର ସବୁଠାରୁ ଅବିଶ୍ୱାସନୀୟ ବନ୍ଧୁ ସାଥିରେ ।’

କାଟ୍ରିନା କୈଫଙ୍କ ଵର୍କଫ୍ରଣ୍ଟର କଥା କହିବାତ ଶେଷ ଥର ସେ ସଲମାନଙ୍କ ସାଥିରେ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ । 2019ର ସୁପରହିଟ ଫିଲ୍ମ ମାନଙ୍କ ଭିତରେ ‘ଭାରତ’ ହେଉଛି ଗୋଟିଏ । ତେବେ ଜଲ୍ଦି କାଟ୍ରିନା କୈଫ ଅକ୍ଷୟ କୁମାରଙ୍କ ସାଥିରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ରୋହିତ ସେଟ୍ଟୀଙ୍କ ଡାଇରେକସନରେ ବନିଥିବା ଏହି ଫିଲ୍ମ 24 ମାର୍ଚ୍ଚରେ ରିଲିଜ ହେବାର ଥିଲା କିନ୍ତୁ ଲକଡାଉନ କାରଣରୁ ଫିଲ୍ମର ରିଲିଜ୍କୁ ରୋକି ଦିଆଯାଇଥିଲା ।


ସେୟାର କରନ୍ତୁ