ସୁସ୍ଥ ହେଲେ 149 କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା 2282ରେ ପହଞ୍ଚିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 149 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ 2282 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏହି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 57ଜଣ, ଖୋର୍ଦ୍ଧାରୁ 26ଜଣ, ବଲାଙ୍ଗୀରରୁ 11, ଜଗତସିଂହପୁରରୁ 8ଜଣ, ସୁନ୍ଦରଗଡରୁ 4ଜଣ, କେନ୍ଦୁଝରରୁ 3ଜଣ, କଟକରୁ 2ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଯାଜପୁର ଓ ନୟାଗଡରୁ 7ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ଏବଂ ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରୁ 5ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ