ଗଜାନନ ୟୌଥ କ୍ଲବ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଗଜାନନ ୟୌଥ କ୍ଲବ କମିଟି ପକ୍ଷରୁ ପ୍ରଥମ ତମ ଗଣେଶ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏହି ପୂଜା 6 ଦିନ ଧରି ଚାଲୁ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ପୂଜା ବିଧି ବିଧାନ ସହ ନୀତି ନିର୍ଘଣ୍ଟରେ କରାଯାଉଛି । ପ୍ରଥମେ ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, କଳସ ଘଟ ସ୍ଥାପନ ପୂଜା, ମଣ୍ଡଳ ଅଧିବାସ ପୂଜା, ଗଜାନନଙ୍କ ଚକ୍ଷୁଦାନ, ଷୋଳସ ଉପଚାରରେ ପୂଜା, ଯଜ୍ଞ ଅଧିବାସ ପୂଜା ହେବା ସହ ପ୍ରଭୁ ଗଜାନନଙ୍କ ପାଖରେ ବିଭିନ୍ନ ପ୍ରକାରର ଭୋଗ ରାଗ ଲାଗି କରାଯାଇ ଥିଲା ।

ତେବେ ପୂଜା ମଣ୍ଡପରେ ପ୍ରଭୁ ଗଜାନନନଙ୍କ ଠାରେ ପ୍ରତ୍ୟକ ଦିନ ସକାଳ ପୂଜା, ମଧ୍ୟାନ୍ନ ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତି ଓ ରାତ୍ର ଧୂପ ଦୀପ ଆଦି ଅର୍ପଣ କରାଯିବ । ସଭାପତି ସୋମ୍ୟ ରଞ୍ଜନ ନାୟକ, ଉପ-ସଭାପତି ଜଗନ୍ନ ପରିଡା, ସଂପାଦକ ଦିଲେଶ୍ୱର ନାୟକ, ଦୁର୍ମିଳ ପlତ୍ର, ହିମାଂଶୁ କୁମାର ଷଣ୍ଢ, ସଂଗ୍ରାମ, ଲାଲୁ, ଚିକୁ, ସିନୁ, ଶ୍ରବଣ ଏବଂ ମୋହିତ କୁମାର ନାୟକଙ୍କ ଉପସ୍ଥିତିରେ ଗଣେଶ ପୂଜା ଅନୁଷ୍ଠିତ ହେଉଅଛି ।


ସେୟାର କରନ୍ତୁ