ରାଜ୍ୟରେ 136 କରୋନା ପଜିଟିଭ ଚିହ୍ନଟ,ମୋଟ ସଂଖ୍ୟା 3386

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଅଛି । ରାଜ୍ୟରେ ପୁଣି 136 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 3386ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 134 ଜଣ କ୍ବାରେଣ୍ଟାଇନ ସେଣ୍ଟରର ଏବଂ ଅନ୍ୟ 2 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଅଛି ।

ତେବେ ଏହି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ 8 ଜଣ, ଝାରସୁଗୁଡା ଜିଲ୍ଲାରୁ 4 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 17 ଜଣ, ଢେଙ୍କାନାଳ ଜିଲ୍ଲାରୁ 3 ଜଣ, କଟକ ଜିଲ୍ଲାରୁ 7 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ 2 ଜଣ, ଗଜପତି ଜିଲ୍ଲାରୁ 7 ଜଣ, କନ୍ଧମାଳ ଜିଲ୍ଲାରୁ 15 ଜଣ, କଳାହାଣ୍ଡି ଜିଲ୍ଲାରୁ 2 ଜଣ, ଗଞ୍ଜାମ ଜିଲ୍ଲାରୁ 3 ଜଣ, ପୁରୀ ଜିଲ୍ଲାରୁ 3 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 9 ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ ଏବଂ ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର 54 କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ତେବେ ଏହି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ କର୍ମଚାରୀମାନେ ଅମ୍ଫାନ ଡ୍ୟୁଟି ସାରି ଫେରିଥିଲେ ।

କହିବାକି ରାଜ୍ୟରେ 3386 କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ଏଥି ମଧ୍ୟରୁ 1092 ଆକ୍ଟିଭ ମାମଲା ରହିଅଛି ଓ 2282 ଠିକ ହୋଇଛନ୍ତି । ସେହିପରି 9 ଜଣଙ୍କର ମୃତ୍ୟୁ କରୋନାରେ ମୃତ୍ୟୁ ହୋଇଛନ୍ତି ଏବଂ ଆଉ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ