ରାଜ୍ୟରେ 175 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 4338

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ 175 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 4338ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଅଛି । ତେବେ ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 145 ଜଣ କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିଲା ବେଳେ ଅନ୍ୟ 30 ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି 175ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ 57 ଜଣ ଆକ୍ରାନ୍ତ ଥିବାବେଳେ ମୟୁରଭଞ୍ଜରୁ 5 ଜଣ, ଖୋର୍ଦ୍ଧାରୁ 25 ଜଣ, ସୁନ୍ଦରଗଡ଼ରୁ 5 ଜଣ, କଟକରୁ 3 ଜଣ, ଜଗତସିଂହପୁରରୁ 7 ଜଣ, ଝାରସୁଗୁଡ଼ାରୁ ଜଣେ, ବାଲେଶ୍ୱରରୁ 6 ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡାରୁ 4 ଜଣ, କନ୍ଧମାଳରୁ 7 ଜଣ, ବରଗଡ଼ରୁ 11 ଜଣ, ପୁରୀରୁ 18 ଜଣ, ବଲାଙ୍ଗୀରରୁ 3 ଜଣ ଓ ଗଞ୍ଜାମରୁ ଜଣେ ଏବଂ ସେହିପରି ବାତ୍ୟା ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ଯାଇଥିବା 21 ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ 1350ଟି ଆକ୍ଟିଭ‌ କେସ‌ ରହିଥିବା ବେଳେ 2974 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ