Coronavirus: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ତିନି ଲକ୍ଷ ପାର ଏବଂ ଏପର୍ଯ୍ୟନ୍ତ 11903 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ସାଢ଼େ ତିନି ଲକ୍ଷ ପାର ହୋଇଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ 3 ଲକ୍ଷ 54 ହଜାର 065 ମାମଲା ସାମ୍ନାକୁ ଆସିଅଛି । ଏଥି ମଧ୍ୟରୁ 11903 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ ଏକ ଲକ୍ଷ 86 ହଜାର ଲୋକ ଠିକ ମଧ୍ୟ ହୋଇଛନ୍ତି । ଆକ୍ଟିଭ କେସର ସଂଖ୍ୟା 1 ଲକ୍ଷ 55 ହଜାରରୁ ଅଧିକ ଅଛି ।

ତେବେ କରୋନା ସଂକ୍ରମିତ ହିସାବରେ ଭାରତ ଦୁନିଆର ଚତୁର୍ଥ ସବୁଠାରୁ ପ୍ରଭାବିତ ଦେଶ ଅଟେ । ଆମେରିକା, ବ୍ରାଜିଲ ଓ ରୁଷ ପରେ ଭାରତ କରୋନା ଭାଇରସ ସଂକ୍ରମଣରେ ସର୍ଭଧିକ ପ୍ରଭାବିତ ଦେଶଙ୍କ ସୂଚୀରେ ଚତୁର୍ଥ ସ୍ଥାନରେ ରହିଅଛି । ଭାରତ ଠାରୁ ଅଧିକ ମାମଲା ଆମେରିକା (2,208,389), ବ୍ରାଜିଲ (928,834), ରୁଷ (545,458)ରେ ଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ସଂଖ୍ୟା ମୁତାବକ, ଦେଶରେ ଏବେ 1 ଲକ୍ଷ 55 ହଜାର କରୋନା ଆକ୍ଟିଭ କେସ ଅଛି । ସବୁଠାରୁ ବେଶି ଆକ୍ଟିଭ କେସ ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ 50 ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସା ଚାଲୁଅଛି । ଏହା ପରେ ଦ୍ୱିତୀୟ ନମ୍ବରରେ ଦିଲ୍ଲୀ, ତୃତୀୟ ନମ୍ବରରେ ତାମିଲନାଡୁ, ଚତୁର୍ଥ ନମ୍ବରରେ ଗୁଜରାଟ ଏବଂ ପଞ୍ଚମ ନମ୍ବରରେ ପଶ୍ଚିମବଙ୍ଗ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି ।

ଆକ୍ଟିଭ କେସ ମାମଲାରେ ଦୁନିଆରେ ଭାରତ ଚତୁର୍ଥ ସ୍ଥାନରେ ରହିଅଛି । ଯଥା- ଭାରତ ଏମିତି ଚତୁର୍ଥ ଦେଶ ଅଟେ, ଯେଉଁଠି ସବୁଠାରୁ ବେଶି ସଂକ୍ରମିତ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।


ସେୟାର କରନ୍ତୁ