ରାଜ୍ୟରେ 282 କରୋନା ସଂକ୍ରମିତ ଚି଼ହ୍ନଟ, ମୋଟ ସଂଖ୍ୟା 5752କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଜୀବନ ନେଉଥିବା କରୋନା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ଆଉ 282 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 5752କୁ ବୃଦ୍ଧି ହୋଇଛି । ଏହି ନୂତନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 256 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି ଏବଂ 26 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଦର୍ଶାଯାଇଅଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଏହି ନୂଆ ଚିହ୍ନଟ ହୋଇଥିବା 282 ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ 26 ଜଣ, ଝାରସୁଗୁଡା ଜିଲ୍ଲାରୁ 23 ଜଣ, ବାଲେଶ୍ବର ଜିଲ୍ଲାରୁ 3 ଜଣ, କଟକ ଜିଲ୍ଲାରୁ 4 ଜଣ, ଯାଜପୁର ଜିଲ୍ଲାରୁ 6 ଜଣ, ପୁରୀ ଜିଲ୍ଲାରୁ 9 ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ 11 ଜଣ, କନ୍ଧମାଳ ଜିଲ୍ଲାରୁ 17 ଜଣ, ଗଞ୍ଜାମ ଜିଲ୍ଲାରୁ 75 ଜଣ, ଗଜପତି ଜିଲ୍ଲାରୁ 76 ଜଣ, ସୁନ୍ଦରଗଡ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ 13 ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ 6 ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ ଜଣେ ଏବଂ ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିବା 8 ଜଣ ଏନଡିଆରଏଫ କର୍ମଚାରୀ ରହିଛନ୍ତି ।

ରାଜ୍ୟରେ ଏବେ ମୋଟ 5752 କରୋନା ପଜିଟିଭ ରହିଛନ୍ତି । ଏମାନଙ୍କ ମଧ୍ୟରୁ 1740 ଆକ୍ଟିଭ କେସ ରହିଅଛି ଓ 3988 ସୁସ୍ଥ ହୋଇଛନ୍ତି । ସେହିପରି 17 ଜଣ କରୋନାରେ ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ