Coronavirus: ଦେଶରେ ସାଢ଼େ ଚାରି ଲକ୍ଷରୁ ଅଧିକ ହେଲା କରୋନା ସଂକ୍ରମଣର ମାମଲା, ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା ରେକର୍ଡ଼ 15968 ନୂଆ କେସ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ ଏବେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗୁଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସରେ 15 ହଜାର 968 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 465 ଲୋକଙ୍କ ମୃତ୍ୟୁ ହୋଇଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ 4 ଲକ୍ଷ 56 ହଜାର 183 ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥି ମଧ୍ୟରୁ 14,476 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ ଦୁଇ ଲକ୍ଷ 58 ହଜାର ଲୋକ ଠିକ ମଧ୍ୟ ହୋଇଛନ୍ତି ।

ଦୁନିଆରେ ଚତୁର୍ଥ ସବୁଠାରୁ ପ୍ରଭାବିତ ଦେଶ

କରୋନା ସଂକ୍ରମିତ ହିସାବରେ ଭାରତ ଦୁନିଆର ଚତୁର୍ଥ ସବୁଠାରୁ ପ୍ରଭାବିତ ଦେଶ ଅଟେ । ଆମେରିକା, ବ୍ରାଜିଲ ଓ ରୁଷ ପରେ ଭାରତ କରୋନା ମହାମାରୀରେ ସବୁଠାରୁ ବେଶି ପ୍ରଭାବିତ ଦେଶଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଅଛି । ଭାରତ ଠାରୁ ଅଧିକ ମାମଲା ଆମେରିକା (2,424,144), ବ୍ରାଜିଲ (1,151,479), ରୁଷ (599,705)ରେ ଅଛି । ତେବେ ଭାରତରେ ମାମଲା ବଢିବାର ଗତି ଦୁନିଆରେ ତୃତୀୟ ନମ୍ବରରେ ବନି ହୋଇଛି । ଆମେରିକା ଏବଂ ବ୍ରାଜିଲ ପରେ ଏକ ଦିନରେ ସବୁଠାରୁ ବେଶୀ ମାମଲା ଭାରତରେ ଦର୍ଜ କରାଯାଉଅଛି ।


ସେୟାର କରନ୍ତୁ