ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ସୁସମ୍ବାଦ ପ୍ରାପ୍ତ ହୋଇପାରେ । କିଛି ନୂଆ କରିବାର ସୁଯୋଗ ମିଳିବ । ବ୍ୟବସାୟରେ ପ୍ରଗତି ଓ ପ୍ରେମରେ ସଫଳତା ମିଳିବ । ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ।

ବୃଷ: ମନ ଚଞ୍ଚଳ ରହିବ ଓ କ୍ୟାରିୟରକୁ ନେଇ ଆଗକୁ ବଢିବେ । ଦୀର୍ଘ ଦିନରୁ ପରିବାରରେ ଲାଗି ରହିଥିବା ମତଭେଦ ଦୂର ହୋଇପାରେ । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

ମିଥୁନ: ବିଭିନ୍ନ ଦିଗରୁ ସହଯୋଗ ହାତ ବଢିବ ଓ କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି ।

କର୍କଟ: ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି । କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି ।

ସି˚ହ: ଆଜି ଦିନଟି ଆପଣଙ୍କ ପାଇଁ ବିଜୟ ସୂଚନା ରହିଛି । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦ ସମାଧାନର ବାଟ ଖୋଲିପାରେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

କନ୍ୟା: କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦ ସମାଧାନ ଆଡକୁ ଯିବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆପଣଙ୍କର କ୍ଷମତା ବୃଦ୍ଧି ହେବ, ଯାହା ଫଳରେ ଅନେକ କିଛି ହାସଲ କରିପାରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

ବିଛା: ଅର୍ଥନୈତିକ ମାମଲାରେ ଚାପ ସୃଷ୍ଟି ହୋଇପାରେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ବେପାରରେ ଉଚିତ ଲାଭ ପାଇବେ । ଅନ୍ୟ ଲୋକଙ୍କ ଜରିଆରେ ଆପଣଙ୍କ କାମ ପୂରା ହୋଇପାରେ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ ।

ମକର: ଭବିଷ୍ୟତକୁ ଆଖି ଆଗରେ ରଖି ନୂଆ ପଦକ୍ଷେପ ମାନ ଗ୍ରହଣ କରିବେ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ଅଧୁରା କାମ ପୂରା କରିବା ପାଇଁ ମନ ଲଗାଇବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।

ମୀନ: କୌଣସି କାମରେ ଅଧିକ ପରିଶ୍ରମ କରି ପାରନ୍ତି । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ଦେହ ସାମାନ୍ୟ ଅସୁସ୍ଥତା ଦେଖାଦେବ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ ।


ସେୟାର କରନ୍ତୁ