ରାଜ୍ୟରେ ସୁସ୍ଥ ହେଲେ 137 ଜଣ, ମୋଟ ସୁସ୍ଥ ସଂଖ୍ୟା 4743

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 137 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ସୁସ୍ଥ କରୋନା ସଂଖ୍ୟା 4743ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

ତେବେ ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 33 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 29 ଜଣ, କଟକରୁ 22 ଜଣ, ବାଲେଶ୍ୱରରୁ 13 ଜଣ, ଯାଜପୁରରୁ 9 ଜଣ, କଳାହାଣ୍ଡିରୁ 6 ଜଣ, ଭଦ୍ରକରୁ 4 ଜଣ, ମୟୂରଭଞ୍ଜରୁ 3 ଜଣ, ନୟାଗଡରୁ 3 ଜଣ, ପୁରୀରୁ 3 ଜଣ ଏବଂ ବୌଦ୍ଧ, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ବଲାଙ୍ଗୀର, ଜଗତସିଂହପୁର ଏବଂ ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ