ରାଜ୍ୟରେ ସୁସ୍ଥ ହେଲେ 243 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 243 କରୋନା ଆକ୍ରାନ୍ତ । ଏମାନଙ୍କୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା 5189ରେ ପହଁଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 243 ଜଣଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ 59ଜଣ, ଗଞ୍ଜାମରୁ 41 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 38 ଜଣ, କନ୍ଧମାଳରୁ 17 ଜଣ, ଝାରସୁଗୁଡାରୁ 15 ଜଣ, ସୁନ୍ଦରଗଡ଼ରୁ 10 ଜଣ, ଭଦ୍ରକ,ଯାଜପୁର ଓ କେନ୍ଦ୍ରାପଡାରୁ 8ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ 7 ଜଣ, ବରଗଡ଼ ଓ ମୟୁରଭଞ୍ଜରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଜଗତସିଂହପୁରରୁ 5 ଜଣ, ବାଲେଶ୍ୱରରୁ 2 ଜଣ, କଳାହାଣ୍ଡିରୁ ଜଣେ ଏବଂ କଟକ, ମାଲକାନଗିରି ଏବଂ ନବରଙ୍ଗପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଛି ।


ସେୟାର କରନ୍ତୁ