ଗଲୱାନ ଘାଟି ବିବାଦ ଉପରେ ଫିଲ୍ମ ବନାଇବେ ଅଜୟ ଦେବଗନ, ବନାଇବେ 20 ଭାରତୀୟ ସହୀଦ ଯବାନଙ୍କ ବଳିଦାନର କାହାଣୀ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆକ୍ଟର ତଥା- ପ୍ରଡ୍ୟୁସର ଅଜୟ ଦେବଗନ ଲଦ୍ଧାକର ଗଲୱାନ ଘାଟିରେ ଭାରତ-ଚୀନ ସୀମାରେ ହୋଇଥିବା ଵିଵାଦ ଉପରେ ଫିଲ୍ମ ବନାଇବେ । ଫିଲ୍ମରେ ଏହି ବିବାଦରେ ଚୀନ ସେନାଙ୍କ ସହ ମୁକାବିଲା କରିବା ସମୟରେ ସହୀଦ ହୋଇଥିବା 20 ଯବାନଙ୍କ କାହାଣୀ ହେବ । ତେବେ ଫିଲ୍ମର ନାମ ଏବଂ କାଷ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ମଧ୍ୟ ସ୍ଥିର ହୋଇନାହିଁ କି ଅଜୟ ଦେବଗନ ଏହାକୁ ପ୍ରଡ୍ୟୁସ ବା ଏଥିରେ ଅଭିନୟ କରିବେ ।

ଫିଲ୍ମ କ୍ରିଟିକ ଏବଂ ଟ୍ରେଣ୍ଡ ଆନାଲିଷ୍ଟ ତରୁଣ ଆଦର୍ଶ ଏକ ଟୁଇଟ ଜରିଆରେ ଏହାର ଜାନକାରୀ ଦେଇଛନ୍ତି । ସେ ଟୁଇଟରେ ଲେଖିଛନ୍ତି, ‘ଅଜୟ ଦେବଗନ ଗଲୱାନ ଘାଟିରେ ହୋଇଥିବା ଵିଵାଦ ଉପରେ ଫିଲ୍ମ ନିର୍ମାଣ କରିବେ । ଫିଲ୍ମର ଟାଇଟଲ୍ ଏବେ ଯାଏଁ ଫାଇନାଲ୍ ହୋଇନାହିଁ । ଫିଲ୍ମରେ ସେହି 20 ଭାରତୀୟ ସୈନିକଙ୍କ କାହାଣୀ ଦେଖାଯିବ, ଯେଉଁମାନେ ଚୀନର ଆର୍ମିଙ୍କ ସହ ମୁକାବିଲା କରିଥିଲେ । ଫିଲ୍ମର କାଷ୍ଟ ମଧ୍ୟ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ ।’

ଏହି ଫିଲ୍ମର ପ୍ରଡ୍ୟୁସର ଅଜୟ ଦେବଗନ ଏଫଫିଲ୍ମସ ଏବଂ ସେଲେକ୍ଟ ମିଡ଼ିଆ ହୋଲ୍ଡିଂଗ୍ସ ଏଲଏଲପି ପ୍ରଡକ୍ସନ କମ୍ପାନୀ ହେବ । କହିବାକି 15 ଜୁନରେ ଲଦ୍ଧାକର ପୂର୍ବ ଅଂଶରେ ଥିବା ଗଲୱାନ ଘାଟିରେ ଚୀନ ସେନା ଏବଂ ଭାରତୀୟ ସେନାଙ୍କ ମଧ୍ୟରେ ହିଂସାର ମାଡ଼ଗୋଳ ହୋଇଥିଲା । ଏହି ମାଡ଼ଗୋଳରେ 20 ଯବାନ ସହୀଦ ହୋଇଥିଲେ । ବର୍ଷ 2075 ପରେ ପ୍ରଥମ ଥର ଭାରତୀୟ ଏବଂ ଚୀନ ସେନାଙ୍କ ମଧ୍ୟରେ ହିଂସାର ମାଡ଼ଗୋଳ ହୋଇଅଛି । 1975ରେ ଚୀନ ସେନାଙ୍କ ଯବାନ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିଥିଲେ ।


ସେୟାର କରନ୍ତୁ