ଉର୍ବଶୀ ରାଉତେଲାଙ୍କ ‘ଏକ ଲେଡକୀ ଭିଗି ଭାଗି ସି’ ହେଲା ରିଲିଜ, ୟୁଟ୍ୟୁବରେ ଭିଡ଼ିଓ 48 ଲକ୍ଷ ପାର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଉର୍ବଶୀ ରାଉତେଲାଙ୍କ ଲେଟେଷ୍ଟ ମ୍ୟୁଜିକ ଭିଡ଼ିଓ ‘ଏକ ଲେଡକୀ ଭିଗି ଭାଗି ସି’ ରିଲିଜ ହୋଇଯାଇଛି । ଏହି ଭିଡ଼ିଓ ରିଲିଜ ହେବାକ୍ଷଣି ଧୁମ ମଚାଉଅଛି ଏବଂ ଏପର୍ଯ୍ୟନ୍ତ 48 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଫିଲ୍ମ ‘ଚଲତି କା ନାମ ଗାଡି’ର ଏହି ଗୀତକୁ ଏହାର ଅରଜିନାଲ ବର୍ଜନରେ କିଶୋର କୁମାର ଏବଂ ମଧୁବାଲାଙ୍କ ଉପରେ ଫିଲ୍ମୟା ଯାଇଥିଲା । କିନ୍ତୁ ଏହି ଗୀତରେ ଉର୍ବଶୀ ରାଉତେଲାଙ୍କ ଗ୍ଲାମରସ୍ ଅବତାର ଦେଖିବାକୁ ମିଳିଛି । ଉର୍ବଶୀ ରାଉତେଲା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଉର୍ବଶୀ ରାଉତେଲା ନିଜର ଇନଷ୍ଟାଗ୍ରାମରେ ‘ଏକ ଲେଡକୀ ଭିଗି ଭାଗି ସି’ ରିଲିଜ ହେବାର ଜାନକାରୀ ଦେଇ ଲେଖିଛନ୍ତି ଯେ, ‘ବଲିଉଡର ମରିଲିନ୍ ମୁନରୋ, ବିନସ ଅଫ ବଲିଉଡ ଅର୍ଥାତ୍ ମଧୁବାଲାଜୀଙ୍କ ଗୀତ ‘ଏକ ଲେଡକୀ ଭିଗି ଭାଗି ସି’ରେ କାମ କରି ବହୁତ ସମ୍ମାନ ଅନୁଭବ କରୁଛି । ଫିଲ୍ମରେ ସେ ତାଙ୍କର ସୁନ୍ଦରତା, ବ୍ୟକ୍ତିତ୍ୱ ଏବଂ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ଚିତ୍ରଣ ପାଇଁ ଜଣାଶୁଣା ଅଟନ୍ତି … ଗୀତରେ ମୋ ସ୍ୱର ବିଷୟରେ ତୁମେ କ’ଣ ଭାବୁଛ? ‘

ଉର୍ବଶୀ ରାଉତେଲାଙ୍କ ଗୀତ ‘ଏକ ଲେଡକୀ ଭିଗି ଭାଗି ସି’କୁ ଗାୟକ ଅଜୟ କେସୱାନୀ ଗାଇଛନ୍ତି ଏବଂ ଏହାର ମ୍ୟୁଜିକ ବିକି-ହାର୍ଦ୍ଦିକ ରିକ୍ରିଏଟ କରିଛନ୍ତି । ଏହି ଭିଡିଓକୁ ୟୁଟ୍ୟୁବରେ 48 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ତେବେ ଏହି ଗୀତରେ ଉର୍ବଶୀ ରାଉତେଲାଙ୍କ ଗ୍ଲାମରସ୍ ଅବତାରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ଏବଂ ଏହା ଉପରେ ମଧ୍ୟ ପ୍ରତିକ୍ରିୟା ଆସୁଛି ।


ସେୟାର କରନ୍ତୁ