ରାଜ୍ୟରେ ରେକର୍ଡ ସଂଖ୍ୟକ 755 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 11956

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ 755 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 11,956କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 755 ଜଣଙ୍କ ମଧ୍ୟରୁ 508 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 247 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 755 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର 320 ଜଣ, ଯାଜପୁର ଜିଲ୍ଲାରୁ 86 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 62 ଜଣ, କଟକ ଜିଲ୍ଲାରୁ 55 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 59 ଜଣ, ଅନୁଗୁଳ ଜିଲ୍ଲାରୁ 3 ଜଣ, ବାଲେଶ୍ୱର ଜିଲ୍ଲାରୁ 9 ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ 2 ଜଣ, ବଲାଙ୍ଗୀର ଜିଲ୍ଲାରୁ 12 ଜଣ, ଦେବଗଡ଼ ଜିଲ୍ଲାରୁ 4 ଜଣ, ଢେଙ୍କାନାଳ ଜିଲ୍ଲାରୁ 4 ଜଣ, ଗଜପତି ଜିଲ୍ଲାରୁ 30 ଜଣ, ଜଗତସିଂହପୁର ଜିଲ୍ଲାରୁ 5 ଜଣ, କନ୍ଧମାଳ ଜିଲ୍ଲାରୁ 2 ଜଣ, କୋରାପୁଟ ଜିଲ୍ଲାରୁ 5 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 5 ଜଣ, ମାଲକାନଗିରି ଜିଲ୍ଲାରୁ 18 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 12 ଜଣ, କେନ୍ଦୁଝର ଜିଲ୍ଲାରୁ 32 ଜଣ, ନୟାଗଡ଼ ଜିଲ୍ଲାରୁ 16 ଜଣ, ପୁରୀ ଜିଲ୍ଲାରୁ 11ଜଣ ଓ ସମ୍ବଲପୁର ଜିଲ୍ଲାରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 11956 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 4476 ଟି ଆକ୍ଟିଭ‌ କେସ୍ ରହିଅଛି ଏବଂ 7407 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ