ରାଜ୍ୟରେ ସୁସ୍ଥ ହେଲେ 609 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 9864

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 609 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 9864ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 609 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 268 ଜଣ, ସୁନ୍ଦରଗଡରୁ 135, ଖୋର୍ଦ୍ଧାରୁ 37, କଟକରୁ 32, ବାଲେଶ୍ଵରରୁ 25, କେନ୍ଦୁଝରରୁ 23, ମୟୂରଭଞ୍ଜରୁ 18, ଭଦ୍ରକରୁ 12, ପୁରୀରୁ 12, ସମ୍ବଲପୁରରୁ 8, ବରଗଡ ଓ ଜଗତସିଂହପୁରରୁ 7 ଜଣ ଲେଖାଏଁ, ଯାଜପୁରରୁ 6, ଝାରସୁଗୁଡା ଓ କେନ୍ଦ୍ରାପଡାରୁ 4 ଜଣ ଲେଖାଏଁ, ବଲାଙ୍ଗିରରୁ 3 ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡାରୁ 2 ଜଣ ଲେଖାଏଁ ଏବଂ ଗଜପତି ଏବଂ ନୟାଗଡରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ