ରାଜ୍ୟରେ ସୁସ୍ଥ ହେଲେ 515 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 12452

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 515 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 12,452ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 515 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 199 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 80 ଜଣ, ଯାଜପୁର ଜିଲ୍ଲାରୁ 40 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 37 ଜଣ, କଟକ ଜିଲ୍ଲାରୁ 28 ଜଣ, କେନ୍ଦୁଝର ଜିଲ୍ଲାରୁ 20 ଜଣ, ଜଗତସିଂହପୁର ଜିଲ୍ଲାରୁ 18 ଜଣ, ବାଲେଶ୍ୱର ଜିଲ୍ଲାରୁ 15 ଜଣ, ଝାରସୁଗୁଡ଼ା 13 ଜଣ , ବରଗଡ଼ ଜିଲ୍ଲାରୁ 13 ଜଣ, ମୟୂରଭଂଜ ଓ ରାୟଗଡ଼ା ଜିଲ୍ଲାରୁ 9 ଜଣ ଲେଖାଏଁ, ବଲାଙ୍ଗୀର ଜିଲ୍ଲାରୁ 8 ଜଣ, ଭଦ୍ରକ ଜିଲ୍ଲାରୁ 7 ଜଣ, ପୁରୀ ଓ ଗଜପତି ଜିଲ୍ଲାରୁ 6 ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ 5 ଜଣ ଏବଂ ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ