ରାଜ୍ୟରେ ସୁସ୍ଥ ହେଲେ 457 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 12910

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 457 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 12910ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 457 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 118 ଜଣ, ନୟାଗଡ଼ ଜିଲ୍ଲାରୁ 53 ଜଣ, କଟକ ଜିଲ୍ଲାରୁ 44 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 38 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 32 ଜଣ, ଗଜପତି ଜିଲ୍ଲାରୁ 22 ଜଣ, ଯାଜପୁର ଜିଲ୍ଲାରୁ 20 ଜଣ, ନୂଆପଡ଼ା ଜିଲ୍ଲାରୁ 18 ଜଣ, ବାଲେଶ୍ୱର ଜିଲ୍ଲାରୁ 17 ଜଣ, ମୟୂରଭଂଜ ଜିଲ୍ଲାରୁ 15 ଜଣ, ଅନୁଗୁଳ 11ଜଣ, କୋରାପୁଟ ଜିଲ୍ଲାରୁ 11 ଜଣ, ମାଲକାନଗିରି 9 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 9 ଜଣ, କେନ୍ଦୁଝର ଜିଲ୍ଲାରୁ 7 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 6 ଜଣ, ବୌଦ୍ଧ ଜିଲ୍ଲାରୁ 5 ଜଣ, ଦେବଗଡ଼ ଜିଲ୍ଲାରୁ 4 ଜଣ, ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ 3 ଜଣ ଲେଖାଏଁ, ବଲାଙ୍ଗୀର, ପୁରୀ, ରାୟଗଡ଼ା ଜିଲ୍ଲାରୁ 2 ଜଣ ଲେଖାଏଁ ଏବଂ ଭଦ୍ରକ, ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ